ଟି-୨୦ ଅନ୍ତର୍ଜାତୀୟରେ ସର୍ବବୃହତ୍ତ ଇନିଂସ ଖେଳିଲେ ଆରୋନ ଫିଞ୍ଚ, ଭାଙ୍ଗିଲେ ନିଜର ରେକର୍ଡ

ହରାରେ: ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ ତଥା ଅଧିନାୟକ ଆରୋନ ଫିଞ୍ଚ ଟି-୨୦ ଅନ୍ତର୍ଜାତୀୟରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ମଙ୍ଗଳବାର ହରାରେ ସ୍ପୋର୍ଟସ୍‌ କ୍ଲବ ପଡ଼ିଆରେ ଜିମ୍ବାେଓ୍ଵ ବିପକ୍ଷରେ ବିସ୍ଫୋରକ ୧୭୨ ରନର ଇନିଂସ ଖେଳିଛନ୍ତି। ଫିଞ୍ଚଙ୍କ ସ୍କୋର ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୨୨୯ ରନ୍‌ରେ ସଂଗ୍ରହ କରିଛି।

ସବୁଠାରୁ କୌତୁହଳର ବିଷୟ ହେଲା, ଫିଞ୍ଚ ନିଜର ବିଶ୍ୱ ରେକର୍ଡ(୧୫୬ ରନ୍‌) ଭଙ୍ଗ କରିଛନ୍ତି। ସେ ତାଙ୍କର ପୂର୍ବ ରେକର୍ଡ ଇଂଲଣ୍ଡ ବିରୋଧରେ ୨୦୧୩ରେ କରିଛନ୍ତି। ୩୧ ବର୍ଷିଅ ଆରୋନ ଟି-୨୦ ମୁକାବିଲାରେ ଆୟୋଜକ ଦଳ ବୋଲରଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ଫିଞ୍ଚ ୭୬ଟି ବଲ ଖେଳି ୧୦ଟି ଛକା ଓ ୧୬ଟି ଚୌକା ମାରିଛନ୍ତି।

ଆରୋନଙ୍କ ଇନିଂସ

୫୦ ରନ୍‌ : ୨୨ଟି ବଲ (୬ଟି ଚୌକା, ୩ଟି ଛକା)
୧୦୦ ରନ୍‌: ୫୦ଟି ବଲ (୧୦ଟି ଚୌକା, ୫ଟି ଛକା)
୧୫୦ ରନ୍‌: ୬୯ ବଲ (୧୫ଟି ଚୌକା, ୮ଟି ଛକା)
୧୭୨ ରନ୍‌: ୭୬ ବଲ (୧୬ଟି ଚୌକା, ୧୦ଟି ଛକା)

ଜିମ୍ବାେଓ୍ଵ ଟସ୍‌ ଜିଣି ପ୍ରଥମେ ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ଏହା ପରେ ଫିଞ୍ଚ ଆରମ୍ଭରୁ ହିଁ ପ୍ରହାର କରି ଚାଲିଥିଲେ। ସେ ପ୍ରଥମ ଓ୍ଵିକେଟ ପାଇଁ ଡାର୍ସି ସର୍ଟଙ୍କ ସହିତ ୨୨୩ ରନ୍‌ ଭାଗିଦାରୀ ହୋଇଥିଲେ, ଯାହାକି ଟି-୨୦ ଅନ୍ତର୍ଜାତୀୟରେ କୌଣସି ଓ୍ଵିକେଟ୍‌ ପାଇଁ ଓ୍ଵାଲର୍ଡ ରେକର୍ଡ। ସର୍ଟ ୪୬ ରନ୍‌ ଯୋଡ଼ିଥିଲେ।

ଟି-୨୦ ଅନ୍ତର୍ଜାତୀୟରେ ବଡ଼ ସ୍କୋର

୧୭୨ ରନ୍‌ ବନାମ ଜିମ୍ବାେଓ୍ଵ, ହରାରେ, ୨୦୧୮
୧୫୬ ରନ୍‌ ବନାମ ଇଂଲଣ୍ଡ, ସାଉଥେମ୍ପଟନ, ୨୦୧୩
୧୪୫ ରନ୍‌: ଗ୍ଲେନ ମେକ୍ସେଓ୍ଵଲ୍‌ ବନାମ ଶ୍ରୀଲଙ୍କା, ପଲ୍ଲେକଲ, ୨୦୧୬
୧୨୫ ରନ୍‌: ଇଭିନ ଲୁଇସ ବନାମ ଭାରତ, କିଙ୍ଗଷ୍ଟନ୍‌, ୨୦୧୭
୧୨୪ ରନ୍‌: ସେନ ଓ୍ଵାଟସନ ବନାମ ଭାରତ, ସିଡନୀ, ୨୦୧୬

ସମ୍ବନ୍ଧିତ ଖବର