ଡି’ଭିଲିୟର୍ସ ଦକ୍ଷିଣ ଆଫ୍ରିକାକୁ ଆଗୁଆ କଲେ
ପୋର୍ଟ ଏଲିଜାବେଥ୍: ଡିନ୍ ଏଲଗାର, ହାସିମ୍ ଆମଲା ଏବଂ ଏବି ଡି’ଭିଲିୟର୍ସଙ୍କ ଦାୟିତ୍ୱପୂର୍ଣ୍ଣ ଅର୍ଧଶତକ ବଳରେ ଦ୍ୱିତୀୟ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଅଗ୍ରଣୀ ନେଇଛି। ଅଷ୍ଟ୍ରେଲିଆର ୨୪୩ ରନ ଜବାବରେ ଘରୋଇ ଦଳ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୭ ଓ୍ଵିକେଟ୍ରେ ୨୬୩ ରନ୍ କରି ମାତ୍ର ୨୦ ରନ୍ରେ ଆଗୁଆ ରହିଛି। ଡିନ୍ ଏଲଗାର (୫୭, ୧୯୭ ବଲ୍, ୬ ଚୌକା) ଏବଂ ହାସିମ୍ ଆମଲା (୫୬, ୧୪୮ ବଲ୍, ୬ ଚୌକା)ଙ୍କ ଅର୍ଧଶତକ ପାଇଁ ଦକ୍ଷିଣ ଆଫ୍ରିକା ଏକଦା ୨ ଓ୍ଵିକେଟ୍ରେ ୧୫୫ ରନ୍ ସଂଗ୍ରହ କରି ନେଇଥିଲା। କିନ୍ତୁ ମଧ୍ୟକ୍ରମ ବ୍ୟାଟିଂ ବିଫଳତା ପାଇଁ ଦଳ ହଠାତ୍ ୧୮୩/୬ରେ ସଂଘର୍ଷ କରିଥିଲା। ଡି’ଭଲିୟର୍ସ (୭୪*, ୮୧ ବଲ୍, ୧୪ ଚୌକା) ଆକ୍ରମଣାତ୍ମକ ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥିଲେ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୪୩ (ଡେଭିଡ୍ ଓ୍ଵାର୍ନର-୬୩, କାଗିସୋ ରବାଦା-୫/୯୬, ଲୁଙ୍ଗି ଏନଗିଡ଼ି-୩/୫୧, ଭର୍ନାନ୍ ଫିଲାଣ୍ଡର୍-୨/୨୫)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୯୫ ଓଭରରେ ୨୬୩/୭ (ଡିନ୍ ଏଲଗାର-୫୭, ହାସିମ୍ ଆମଲା-୫୬, କାଗିସୋ ରବାଦା-୨୯, ଏବି ଡି’ଭିଲିୟର୍ସ-୭୪*, ଭର୍ନାନ୍ ଫିଲାଣ୍ଡର୍-୧୪*, ମିଚେଲ୍ ମାର୍ସ-୨/୨୬, ପ୍ୟାଟ୍ କମିନସ-୨/୫୫, ନାଥନ୍ ଲିଅନ-୧/୨୯, ଜୋସ୍ ହାଜେଲ୍ଉଡ୍-୧/୭୩, ମିଚେଲ୍ ଷ୍ଟାର୍କ-୧/୭୮)।