ଏ ବି ଡିଭିଲିୟର୍ସଙ୍କ ଘୋଷଣା: ଅନ୍ତର୍ଜାତିକ କ୍ରିକେଟ୍‌ରୁ ନେବେ ସନ୍ୟାସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଏ. ବି. ଡିଭିଲିୟର୍ସ ବୁଧବାର ଅନ୍ତର୍ଜାତିକ କ୍ରିକେଟ୍‌ରୁ ସନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତରଫରୁ ଖେଳିଥିବା ଡିଭିଲିୟର୍ସ ଆଗାମୀ ଜୁଲାଇରେ ଶ୍ରୀଲଙ୍କା ସହିତ ଦକ୍ଷିଣ ଆଫ୍ରିକାର ଦ୍ୱିପାକ୍ଷିକ ଶୃଙ୍ଖଳାରେ ଖେଳିବେନି ବୋଲି ଇଏସ୍‌ପିଏନ୍‌କ୍ରିକ୍‌ଇନ୍‌ଫୋ ରିପୋର୍ଟ ପ୍ରକାଶ କରିଛି।

ବର୍ତ୍ତମାନ ପରିପ୍ରେକ୍ଷୀରେ ଡିଭିଲିୟର୍ସଙ୍କୁ ମହାନ୍‌ ଖେଳାଳି ଭାବରେ ଗଣତି କରାଯାଉଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ନିଜ ଦେଶ ପାଇଁ ୧୧୪ଟି ଟେଷ୍ଟ ମ୍ୟାଚ୍‌ରୁ ୯୧ଟି ଇନିଂସରେ ୫୦.୬୬ ହାରରେ ୮୭୬୫ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୨୨ ଟି ଶତକ ଓ ୪୬ ଟି ଅର୍ଦ୍ଧଶତକ ସାମିଲ ଅଛି। ଟେଷ୍ଟ ମ୍ୟାଚ୍‌ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୭୮ ରନ୍‌।

ଏ. ବି. ଡିଭିଲିୟର୍ସ କଠିନ ଫଇସଲା ନେବା ପରେ କହିଛନ୍ତି, ସେ ଅନ୍ତର୍ଜାତିକ କ୍ରିକେଟର ସମସ୍ତ ପ୍ରକାରର ଫର୍ମାର୍ଟରୁ ସନ୍ୟାସ ନେଉଛନ୍ତି। ଡିଭିଲିୟର୍ସ ଏକ ନୂଆ ଭିଡିଓ ଜରିଆରେ ଦକ୍ଷିଣ ଆଫ୍ରିକା ଓ ବିଶ୍ୱର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଘରୋଇ କ୍ରିକେଟ୍‌ ଖେଳିବେ।

ଡିଭିଲିୟର୍ସ ୨୨୮ ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ସେ ୫୩.୫୦ ହାରରେ ୯,୫୭୭ ରନ୍‌ ସଂଗ୍ରହ କରିଛନ୍ତି। ଦିନିକିଆରେ ତାଙ୍କର ନାମରେ ୨୫ଟି ଶତକ ଓ ୫୩ ଟି ଅର୍ଦ୍ଧଶତକ ସାମିଲ ଅଛି। ଦିନିକିଆରେ ସେ ୧୭୬ ରନ୍‌ ସର୍ବାଧିକ ରନ୍‌ ଯୋଡ଼ିଛନ୍ତି। ସେହିଭଳି ଟି-୨୦ରେ ଡିଭିଲିୟର୍ସ ନିଜର ଦେଶ ପାଇଁ ୭୮ ଟି ମ୍ୟାଚ୍‌ ଖେଳିଛନ୍ତି। ସେ ଟି-୨୦ରେ ସେ ୨୬.୧୨ ହାରରେ ୧୬୭୨ ରନ୍‌ ଯୋଡ଼ିଛନ୍ତି।

ସମ୍ବନ୍ଧିତ ଖବର