ଅଭିଜିତ ପାଲ୍‌ ଓଡ଼ିଶା ଅଲିମ୍ପିକ ସ˚ଘର କାମଚଳା ସମ୍ପାଦକ

କଟକ: ​ଅଭିଜିତ ପାଲ୍‌ ଓଡ଼ିଶା ଅଲିମ୍ପିକ୍‌ ସ˚ଘର କାମଚଳା ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ବୁଧବାର ସ˚ଘର ସ୍ବତନ୍ତ୍ର କାଉନସିଲ ବୈଠକ ଡକାଯାଇ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ଗତ ମାସ ୨୫ ତାରିରେ ପୂର୍ବତନ ସମ୍ପାଦକ ଏମ୍‌ଏ ଆଲମଙ୍କ ବିୟୋଗ ପରେ ଏହି ପଦବି ଫାଙ୍କା ପଡ଼ିଥିଲା। ଯୁଗ୍ମ ସମ୍ପାଦକ ପଦରେ ଭୁବନେଶ୍ବର ଦୌଡ଼କୁଦ ସ˚ଘର ମନୋର˚ଜନ ମହାନ୍ତି ଓ ଫାଓ ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌ ଏଥିପାଇଁ ଦାବିଦାର ଥିଲେ। ହେଲେ ସମ୍ବିଧାନ ଅନୁଯାୟୀ ବରିଷ୍ଠ ଯୁଗ୍ମ ସମ୍ପାଦକଙ୍କୁ ସମ୍ପାଦକ ଭାବେ ଦାୟିତ୍ବ ହସ୍ତାନ୍ତର କରାଯାଇପାରିବ। ତେବେ ଅଭିଜିତଙ୍କୁ ସମ୍ପାଦକ ଦାୟିତ୍ବ ଗ୍ରହଣ ପାଇଁ ବୈଠକରେ ଉପସଭାପତି କମଳାକାନ୍ତ ପାଣ୍ତେ ପ୍ରସ୍ତାବ ଦେଇଥିଲା ବେଳେ ଓଡ଼ିଶା ହ୍ୟାଣ୍ତବଲ୍‌ ସ˚ଘ ସମ୍ପାଦକ ତଥା କାଉନସିଲ ସଦସ୍ୟ ବୀରେନ୍ଦ୍ର କୁମାର ବେହେରା ଏହାକୁ ସମର୍ଥନ ଜଣାଇଥିଲେ। ସର୍ବସମ୍ମତି କ୍ରମେ ଅଭିଜିତ୍‌ଙ୍କୁ ଭାରପ୍ରାପ୍ତ ସମ୍ପାଦକ ଭାବେ ବଛାଯାଇଥିଲା। ସ˚ଘର ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଅଭିଜିତ୍‌ ସମସ୍ତ ଆର୍ଥିକ କ୍ଷମତା ପାଇଥିଲା ବେଳେ ଦୈନିକ ବ୍ୟାପାରରେ ସିଧାସଳଖ ହସ୍ତକ୍ଷେପ କରିପାରିବେ। କାଉନସିଲ ବୈଠକରେ ସଭାପତି ସମୀର ଦେ, ଉପ ସଭାପତି କମଳାକାନ୍ତ ପାଣ୍ତେ, ପ୍ରତାପ ଶତପଥୀ, ଜଗମୋହନ ପଟ୍ଟନାୟକ, କିଶୋର କୁମାର ବିଶ୍ବାଳ, ଯୁଗ୍ମ ସମ୍ପାଦକ ମନୋଜର˚ଜ ମହାନ୍ତି, କୋଷାଧ୍ୟକ୍ଷ ଅଧୀପ ଦାସ, କାର୍ଯ୍ୟନିର୍ବାହୀ ସମିତି ସଭ୍ୟ ଅନୀଲ କୁମାର ବୋହିଦାର, ଦୁର୍ଗାମାଧବ ନାଏକ, ବୀରେନ୍ଦ୍ର କୁମାର ବେହେରା, ବିନୋଦ ଦାସ, ଧୀରେନ୍‌ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର