କ୍ରୀଡ଼ାମନ୍ତ୍ରୀଙ୍କ ଆହ୍ଵାନ ଗ୍ରହଣ କଲେ କୋହଲି

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ଦେଇଥିବା ସୁସ୍ଥତା ଆହ୍ଵାନକୁ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଗ୍ରହଣ କରିଛନ୍ତି। ତା’ ସହ ସେ ଏହି ଆହ୍ଵାନ ପୂରଣ କରିବାକୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ନିଜ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ଵାନ କରିଛନ୍ତି। ଏଥିନେଇ ଏକ ଭିଡିଓ କୋହଲି ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ବ୍ୟାୟାମ କରୁଥିବାର ଦୃଶ୍ୟ ରହିଛି। ସୂଚନାଯୋଗ୍ୟ ଯେ ରାଠୋର ସୋମବାର ସେ ବ୍ୟାୟାମ କରୁଥିବାର ଏକ ଭିଡିଓ ପ୍ରକାଶ କରି ନିଜ ସୁସ୍ଥତାର ମନ୍ତ୍ର ବାଣ୍ଟିବାକୁ କୋହଲି, ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହଓ୍ଵାଲଙ୍କୁ ଆହ୍ଵାନ କରିଥିଲେ। ଦେଶବାସୀଙ୍କୁ ବ୍ୟାୟାମର ଉପକାରିତା ଜଣାଇବାକୁ ରାଠୋର ଏହି ନିଆରା ଅଭିଯାନ ଆରମ୍ଭ କରିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର