ଫିଫା ୨୦୧୮: କିଏ ହେବ ଚମ୍ପିଅନ୍‌, ବଧିର ବିଲେଇ କରିବ ଭବିଷ୍ୟତ ବାଣୀ

ଏଚିଲେସ ଶୁଣି ପାରେ ନାହିଁ କିନ୍ତୁ ସଠିକ ଅନୁମାନ କରିପାରେ

ସେଣ୍ଟ ପିଟରର୍ସବର୍ଗ: ବିଶ୍ୱ କପ୍‌ ୨୦୧୦ରେ ଅକ୍ଟୋପସ ପଲ ଯେଭଳି ଭବିଷ୍ୟତ ବାଣୀ କରିଥିଲା, ଠିକ୍‌ ସେହିଭଳି ଭାବରେ ଆଗାମୀ ଜୁନ ୧୪ରେ ଋଷିଆରେ ଆରମ୍ଭ ହେବାକୁ ଯାଉଥିବା ୨୧ତମ ଫିଫା ଓ୍ଵାଲର୍ଡ କପ୍‌ ମହାସମରରେ କିଏ ଚମ୍ପିଅନ୍‌ ହେବ ଏକ ବଧିର ବିଲେଇ ଭବିଷ୍ୟତ ବାଣୀ କରିବ। ଫୁଟବଲ୍‌ ମହାକୁମ୍ଭ ଫିଫା ବିଶ୍ୱ କପ୍‌ ପ୍ରାୟ ଏକ ମାସ ପରେ ଜୁଲାଇ ୧୫ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ପଲ ୨୦୧୦ରେ ଖାଦ୍ୟ ପୂର୍ଣ୍ଣ ୨ଟି ବାକ୍ସ ଭିତରୁ ଗୋଟିଏକୁ ଚୟନ କରି ବିଶ୍ୱ କପ୍‌ ଚମ୍ପିଅନ୍‌ ଦଳ ଅନୁମାନ କରିଥିଲା। ଏଚିଲେସଙ୍କ ସମ୍ମୁଖରେ ଟିମର ପତାକା ଚିହ୍ନ ବାଉଲରେ ରଖାଯିବ।

ହର୍ମିଟେଜ ସଂଗ୍ରହାଳୟରେ ବିଲାଇମାନଙ୍କ ଯତ୍ନ ନେଉଥିବା ଜଣେ ଆନ୍ନା କୋଡ୍ରାଟିୟେଓ୍ଵା କହିଛନ୍ତି, ଆମେ ଏଚିଲେସକୁ ଚୟନ କରିଛୁ। କାରଣ ଏହା ଦେଖିବାକୁ ସୁନ୍ଦର ଓ ତା’ର ନାଲି ଆଖି ଅଛି। ସେ ଶୁଣି ପାରେ ନାହିଁ କିନ୍ତୁ ସଠିକ ଅନୁମାନ କରିପାରିବାର କ୍ଷମତା ରଖିଛି।

କୋଡ୍ରାଟିୟେଓ୍ଵା କହିଛନ୍ତି, ଗତ ବର୍ଷ ଏଚିଲେସ ନିଜର ଗୃହ ନଗରରେ ଖେଳାଯାଇଥିବା କନଫେଡେରେସନ କପ ମ୍ୟାଚର ଫଳାଫଳର ଭବିଷ୍ୟତ ବାଣୀ କରିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ଏଚିଲେସର ଗୋଟିଏ ବି ଅନୁମାନ ଭୁଲ ନ ଥିଲା।

ସମ୍ବନ୍ଧିତ ଖବର