ଏଫ୍‌ଟିପିରେ ଭାରତ ସହ ଖେଳିବନି ଆଫଗାନିସ୍ତାନ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତ ବିପକ୍ଷରେ ଟେଷ୍ଟ୍‍ ପଦାର୍ପଣ କରିବାକୁ ଯାଉଥିବା ଆଫଗାନିସ୍ତାନ କିନ୍ତୁ ପରବର୍ତୀ ୪ ବର୍ଷ ଭିତରେ ଆଉ ଏହି ଦେଶ ସହ ଖେଳି ପାରିବ ନାହିଁ। ୨୦୧୯ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ପାଇଁ ରହିଥିବା ପ୍ରସ୍ତାବିତ ନୂଆ ଫ୍ୟୁଚର୍‌ ଟୁର୍‌ସ ପ୍ରୋଗ୍ରାମ୍‌ (ଏଫ୍‌ଟିପି)ରେ ଭାରତ ଏବଂ ଆଫଗାନିସ୍ତାନ ମୁକାବିଲା ସ୍ଥାନ ପାଇନାହିଁ। ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ (ଏସିବି) ଭାରତ ବିପକ୍ଷ ଅନ୍ୟ କୌଣସି ଶୃଙ୍ଖଳା ଆୟୋଜନ କରିବାରେ ବିଫଳ ହୋଇଛି। କିନ୍ତୁ ଏହି ଅବଧି ଭିତରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ବଡ଼ ଦଳ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରଖିଛି। ଗତବର୍ଷ ଜୁନ୍‌ରେ ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ୍‌ ଟେଷ୍ଟ୍‍ ମାନ୍ୟତା ଅର୍ଜନ କରିଥିଲେ। ଚଳିତ ବର୍ଷ ଜୁନ ମାସରେ ଆଫଗାନିସ୍ତାନ ବେଙ୍ଗାଲୁରୁରେ ଭାରତ ବିପକ୍ଷରେ ଐତିହାସିକ ପଦାର୍ପଣ କରିବ। ଭାରତୀୟ ଦଳକୁ ପାଇବା ସବୁଠାରୁ କଷ୍ଟକର। କାରଣ ଏହା ସବୁବେଳେ ବ୍ୟସ୍ତ ସୂଚୀ ରଖିଛି। ପ୍ରଥମ ଟେଷ୍ଟ୍‍ ଭାରତ ବିପକ୍ଷରେ ଖଳିବା ଆମ ପାଇଁ ଯଥେଷ୍ଟ। ନୂଆ ଏଫ୍‌ଟିପି ଚକ୍ରରେ ଆମେ ୧୪ରୁ ୧୮ ଟେଷ୍ଟ୍‍ ଖେଳିବୁ ବୋଲି କହିଛନ୍ତି ଏସିବି ସିିଇଓ ସଫିକ୍‌ ଷ୍ଟାନିକ୍‌ଜାଇ। ଏହି ସମୟରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, େଓ୍ଵଷ୍ଟଇଣ୍ଡିଜ୍‌, ଜିମ୍ବାେଓ୍ଵ, ଆୟର୍ଲାଣ୍ଡ୍‌ ଓ ବାଂଲାଦେଶ ବିପକ୍ଷରେ ଘରେ ଓ ବାହାରେ ବ୍ୟବସ୍ଥାରେ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିବ ବୋଲି ସେ ସୂଚନା ଦେଇଥିଲେ। ଏସବୁ ଟେଷ୍ଟ୍‍ ଚାମ୍ପିଅନସିପ୍‌ ଭିତରେ ଆସୁନାହିଁ ବେଳ ଦ୍ୱିପାକ୍ଷିକ ବୋଲି ସେ ସ୍ପଷ୍ଟ କରିଥିଲେ। ଆଫଗାନିସ୍ତାନ ମଧ୍ୟ ଦିବାରାତ୍ର ଟେଷ୍ଟ୍‍ କଥା ବିଚାର କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର