ଆଫ୍ଗାନିସ୍ତାନକୁ ଭାରତ ଡରିଯାଇଥିଲା, କିନ୍ତୁ ବୋଲରମାନେ ସେ ଦିନକୁ ବଞ୍ଚାଇ ଦେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୱେଷ୍ଟ୍ଇଣ୍ଡିଜ୍ ଚମତ୍କାର ଖେଳିଥିଲେ ମଧ୍ୟ ବିଫଳ ହୋଇଥିଲା। ଯାହା ଜଣାପଡ଼ିଲା ଏହି ଦୁଇ ମ୍ୟାଚ୍ ୧୨ ଇଞ୍ଚ୍ ଦୂରରେ ଥିଲା। ପ୍ରମୁଖ ଦାବିଦାର ଭାରତ ସଂପ୍ରତି ୯ ପଏଣ୍ଟ୍ ପାଇ ସେମିଫାଇନାଲ୍ର ଦ୍ବାରରେ ପହଞ୍ଚିଛି। ୱେଷ୍ଟ୍ଇଣ୍ଡିଜ୍ ଅନ୍ୟତମ ପସନ୍ଦର ଦଳ ଥିଲେ ମଧ୍ୟ ସଂପ୍ରତି ୩ ପଏଣ୍ଟ୍ ପାଇ ସେମିଫାଇନାଲ୍ଠୁ ଦୂରରେ ରହିଛି।
ଆଫ୍ଗାନିସ୍ତାନ ବିପକ୍ଷରେ ଭାରତକୁ ବହୁତ ଶିଖିବାକୁ ପଡ଼ିଥିଲା। ପାକିସ୍ତାନ ଓ ଦକ୍ଷିଣ ଅଫ୍ରିକା ବିପକ୍ଷ ବିଜୟ ପରେ ଭାରତ ବିଶ୍ବକପ୍ର ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ଆଗରେ ଥିଲା। ଏଭଳି ସମୟରେ ଆଫ୍ଗାନିସ୍ତାନ ନିଶ୍ଚିତ ଭାରତକୁ ସଜାଗ ହେବାକୁ ମନେ ପକାଇ ଦେଇଥିଲା। ଏଥିସହ ଭାରତର ବୋଲିଂ ବାହିନୀ ମଧ୍ୟ ଉଜାଗର ହୋଇଥିଲା। ସାମି ବହୁତ ଭଲ କରିଥିଲେ। କିନ୍ତୁ ୫ ଜଣ ବୋଲର ୭ ନମ୍ବରରେ ବ୍ୟାଟିଂ କରିବାକୁ ଅସମର୍ଥ। ଏଥିପାଇଁ ଜଣ ଜଣକୁ ବାହାର କରିବା ଆବଶ୍ୟକ। ଉଭୟ ଭୁବନେଶ୍ବର ଓ ସାମିକୁ ବାଛିବା ଭାରତ ପାଇଁ କଷ୍ଟକର ହେବ।
ବହୁଦିନ ପରେ ଭାରତ ବୋଲିଂରେ ଦୃଢ଼ତାର ପରିଚୟ ଦେଖାଇଛି। ଏଥିପାଇଁ କେଉଁ ବ୍ୟାଟ୍ସମ୍ୟାନ୍ଙ୍କୁ ବାହାରେ ବସିବାକୁ ପଡ଼ିବ ଏହା ଏବେ ମୁଖ୍ୟ ତର୍କର ବିଷୟ। ସଂପ୍ରତି ବୋଲର ହେଉଛନ୍ତି ଭାରତର ପ୍ରଥମ ପସନ୍ଦ। ଏହା ନିଶ୍ଚିତ ସ୍ବାଗତଯୋଗ୍ୟ, କିନ୍ତୁ ଏହି ୫ ଜଣଙ୍କୁ ଶେଷ ସମୟରେ ବ୍ୟାଟିଂରେ ଭଲ କରି ମ୍ୟାଚ୍ ଜିତାଇବାର ଦକ୍ଷତା ରଖିବାକୁ ପଡ଼ିବ।
ଭାରତ ଚାହୁଁଛି ବିରାଟ କୋହଲି ଅଧିକ ରନ୍ କରନ୍ତୁ। ଆଫ୍ଗାନିସ୍ତାନ ବିପକ୍ଷରେ ସେ ଅଲଗା ଲିଗ୍ରେ ଖେଳିବା ପରି ଲାଗୁଥିଲେ। ସେ ବଢ଼ିଆ ଫର୍ମରେ ରହିଛନ୍ତି। ନୂଆ ବଲ୍ରେ ୱେଷ୍ଟ୍ଇଣ୍ଡିଜ୍ ବହୁତ ଦୃଢ଼। ଲୋକେଶ ରାହୁଲ ଏହାକୁ ପ୍ରତିହିତ କରିପାରିଲେ ଭାରତର ପଲ୍ଲା ନିଶ୍ଚିତ ଭାରି ରହିବ। ୱେଷ୍ଟଇଣ୍ଡିଜ୍ ଖେଳାଳି ଭାରି ଖତରନାକ, କିନ୍ତୁ ମୁଁ ନିଶ୍ଚିତ ନୁହେଁ ସେମାନେ ପୂରା ୫୦ ଓଭରରେ ସମାଧାନ କରିବେ। ଏମିତି ଦଳକୁ ସାବଧାନ ରହିବା ସହ ନିଦକୁ ହଜାଇବାକୁ ପଡ଼ିବ।
ଆଫ୍ଗାନିସ୍ତାନ ଭାରତକୁ ସଜାଗ କଲା
-ହର୍ଷ ଭୋଗ୍ଲେ-
/sambad/media/post_attachments/wp-content/uploads/2019/06/harsa-bhogle.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)