େଓ୍ଵଷ୍ଟଇଣ୍ଡଜ୍‌ ପରେ ଆଫଗାନିସ୍ତାନକୁ ମିଳିଲା ବିଶ୍ୱ କପ୍‌ କ୍ରିକେଟ୍‌ ଟିକେଟ୍‌

ହରାରେ: ଆଇସିସି ବିଶ୍ୱ କପ୍‌ କ୍ୱାଲିଫାୟର ସୁପର ସିକ୍ସ ମୁକାବିଲାରେ ଆଫଗାନିସ୍ତାନ ୫ ଓ୍ଵିକେଟ୍‌ରେ ଆୟାରଲାଣ୍ଡକୁ ପରାସ୍ତ କରିଛି। ଏଥି ସହିତ ବିଶ୍ୱ କପ୍‌ ୨୦୧୯ରେ ନିଜକୁ ସାମିଲ କରିପାରିଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଆୟାରଲାଣ୍ଡର ଟିମ୍‌ ୫୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୨୦୯ ରନ୍‌ ସଂଗ୍ରହ କରିଛି। ମ୍ୟାଚ୍‌ ବିଜୟ ପାଇଁ ଆଫଗାନିସ୍ତାନକୁ ୨୧୦ ରନ୍‌ ଟାର୍ଗେଟ ମିଳିଥିଲା। ଆୟାରଲାଣ୍ଡ ପାଇଁ ପଲ ଷ୍ଟଲିଙ୍ଗ ସର୍ବାଧିକ ୫୫ ରନ୍‌ ସଂଗ୍ରହ କରିଥିଲେ। ଏହା ବ୍ୟତୀତ କେଭିନ ଓବ୍ରାୟନ ୪୧ ରନ ସଂଗ୍ରହ କରିଥିଲେ। ଆଫଗାନିସ୍ତାନ ତରଫରୁ ଯୁବ ବାମହାତୀ ସ୍ପିନର ରସିଦ ଖାନ ୩ଟି ଓ୍ଵିକେଟ୍‌ ନେଇଥିଲେ। ସେହିଭଳି ଦ୍ରୁତ ବୋଲର ଦୌଲତ ଜାଦରାନ ୨ଟି ଓ୍ଵିକେଟ ନେଇଥିଲେ।

ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪୯.୧ ଓଭରରେ ୫ ଓ୍ଵିକେଟ ହରାଇ ୨୧୦ ରନ୍‌ ଲକ୍ଷ୍ୟ ପୂରା କରିଥିଲା। ଆଫଗାନିସ୍ତାନ ଏହି ମ୍ୟାଚ ବିଜୟ ସହିତ ୨୦୧୯ରେ ଇଂଲଣ୍ଡରେ ହେବାକୁ ବିଶ୍ୱ କପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି।

ସମ୍ବନ୍ଧିତ ଖବର