୮ ବର୍ଷ ପରେ ପାକିସ୍ତାନରେ ଖେଳିବ ଶ୍ରୀଲଙ୍କା

ଲାହୋର: ପ୍ରାୟ ୮ ବର୍ଷ ପରେ ପାକିସ୍ତାନରେ ଶ୍ରୀଲଙ୍କା ଦଳ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଖେଳିବ ବୋଲି ମଙ୍ଗଳବାର ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ସ୍ପଷ୍ଟ କରିଛି। ୨୦୦୯ ମସିହାରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଉପରେ ଆତଙ୍କବାଦ ଆକ୍ରମଣ ପରେ ଦଳ ଆଉ ପାକିସ୍ତାନ ଗସ୍ତ କରିନଥିଲା। ଏଥିସହ ଜିମ୍ବାେଓ୍ଵ ବ୍ୟତୀତ ଅନ୍ୟ କୌଣସି ଦେଶ ମଧ୍ୟ ପାକିସ୍ତାନରେ ଖେଳିବାକୁ ରାଜି ହେଉନଥିଲେ। ପାକିସ୍ତାନ ସୁରକ୍ଷା ଯୋଗାଇବାକୁ ପ୍ରତିଶୃତି ଦେବା ପରେ ଗତ ମାସରେ ବିଶ୍ୱ ଏକାଦଶ ୩ ଟେ୍ଵଣ୍ଟି ମ୍ୟାଚ୍‌ ଲାହୋରରେ ଖେଳିଥିଲା। ଆମେ ଗତ ଦୁଇମାସ ହେଲା ଲାହୋରର ସୁରକ୍ଷା ଉପରେ ତର୍ଜମା କରିବା ପରେ ସେଠାରେ ଖେଳିବା ପାଇଁ ରାଜି ହୋଇଛୁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ପାକିସ୍ତାନ ବିପକ୍ଷରେ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବା ଲାଗି ଶ୍ରୀଲଙ୍କା ସଂପ୍ରତି ୟୁଏଇ ଗସ୍ତରେ ରହିଛି। ଏଥିରେ ଦଳ ୨ ଟେଷ୍ଟ୍‍, ୫ ଦିନିକିଆ ଏବଂ ୩ ଟେ୍ଵଣ୍ଟି-୨୦ ଖେଲିବାର ରହିଥିଲା। ଏହାମଧ୍ୟରୁ ଶେଷ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଲାହୋରରେ ଚଳିତ ମାସ ୨୯ ତାରିଖରେ ଖେଳାଯିବ।

ସମ୍ବନ୍ଧିତ ଖବର