ରାହୁଲ-ପାଣ୍ଡ୍ୟାଙ୍କ ପରେ ଏବେ ବିବାଦରେ କୋହଲି, ବ୍ଲାଇଣ୍ଡ ଡେଟ୍ରେ ଯାଇଥିବା ବେଳର ଘଟଣା ବିଷୟରେ କହି ଫସିଲେ
ନୂଆଦିଲ୍ଲୀ: କିଛି ଦିନ ତଳେ ଭାରତୀୟ କ୍ରିକେଟ ଦଳର ଦୁଇ ଜଣାଶୁଣା ଖେଳାଳି କେ ଏଲ୍ ରାହୁ ଏବଂ ହାର୍ଦ୍ଦିକ୍ ପାଣ୍ଡ୍ୟା କଫି ଉଇଥ୍ କରଣରେ ପହଞ୍ଚିଥିଲେ । ଏହି ସମୟରେ ହାର୍ଦ୍ଦିକ କରଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହିଳାମାନଙ୍କୁ ସେ କେବଳ ଉପଭୋଗର ସାମଗ୍ରୀ ବୋଲି ଭାବୁଥିବା କହିଥିଲେ । ତାଙ୍କର ଏଭଳି ମତ ପରେ ଅନେକ ବିବାଦ ହୋଇଥିବା ବେଳେ ଏବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ବିବାଦରେ ଛନ୍ଦି ହୋଇଥିବା ଦେଖା ଯାଇଛି । ବିରାଟଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବ୍ଲାଇଣ୍ଡ ଡେଟ୍ରେ ଯାଇଥିବା ବେଳେ ଯୁବତୀ ଅସୁନ୍ଦର ଥିବାରୁ ସେ ସେଠାରୁ ଖସି ପଳାଇ ଆସିଥିବା କଥା କହୁଥିବା ଦେଖା ଯାଇଛି । ଭିଡିଓଟି ପାଖା ପାଖି ୯ବର୍ଷ ପୁରୁଣା ବୋଲି ଜଣା ପଡ଼ିଛି, ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଭିଡିଓରେ ଜଣେ ସାମ୍ବାଦିକା ବିରାଟଙ୍କୁ ଅନେକ ପ୍ରଶ୍ନ କରିଥିବା ବେଳେ ବ୍ଲାଇଣ୍ଡ ଡେଟ୍ରେ କେବେ ଯାଇଛ କି ନାହିଁ ବୋଲି ମଧ୍ୟ ପଚାରିଥିଲେ । ଯାହାର ଉତ୍ତର ରଖି, “ହଁ ମୁଁ ଗୋଟେ ବ୍ଲାଇଣ୍ଡ ଡେଟ୍ରେ ଯାଇଥିଲି । କିନ୍ତୁ ୫ମିନିଟ୍ ପରେ ସେଠାରୁ ଚାଲି ଆସିଥିଲି” ବୋଲି ବିରାଟ କହିଥିଲେ । ଏହାର କାରଣ ପଚରାଯିବା ପରେ,”ଯୁବତୀଜଣଙ୍କ ବହୁତ ଅସୁନ୍ଦର ଥିଲେ ବୋଲି ମୁଁ ସେଠାରୁ ଚାଲି ଆସିଥିଲି” ବୋଲି ବିରାଟଙ୍କୁ କହୁଥିବା ଦେଖା ଯାଇଛି ।
If Kohli said this in 2019 :
How much online outrage would it generate?
For how long would the BCCI have banned him? pic.twitter.com/KBJA65UxEp
— Aditya (@forwardshortleg) January 13, 2019
ଜଣେ ବ୍ୟବହାରକାରୀ ବିରାଟଙ୍କ ସେହି ଭିଡ଼ିଓକୁ ଟୁଇଟ୍ କରି,”ଯଦି ବିରାଟ ଏଭଳି ଟିପ୍ପଣି ୨୦୧୯ରେ ଦେଇଥାନ୍ତେ,ତେବେ ତାଙ୍କୁ କେତେ ଲୋକ ବିରୋଧ କରିଥାନ୍ତେ । କେତେ ସମୟ ପର୍ଯ୍ୟନ୍ତ ବିସିସିଆଇ ତାଙ୍କୁ ନିଲମ୍ବିତ କରିଥାନ୍ତା?” ବୋଲି ପ୍ରଶ୍ନ କରିଛନ୍ତି ।