ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା: ପାକିସ୍ତାନ କ୍ରିକେଟକୁ ବଡ଼ ଝଟକା, ଭାରତରେ ପିଏସ୍‌ଏଲ୍‌ ହେଲା ବ୍ଲାକଆଉଟ୍‌

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ କେନ୍ଦ୍ର ପରି ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ଆଧିକାରିକ ପ୍ରସାରଣ ସ୍ପୋଟର୍ସ ଚେନାଲ (ଡିସ୍ପୋଟର୍ସ) ଟୁର୍ଣ୍ଣାମେଣ୍ଟକୁ ଭାରତରେ ବ୍ଲାକଆଉଟ୍‌ କରିବାକୁ ନିଷ୍ପତ୍ତି ନେଇଛି। ଡିସ୍ପୋଟର୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଭଳି ପାକିସ୍ତାନ ସୁପର ଲିଗ୍‌ର ଭାରତରେ ଆଧିକାରିକ ପ୍ରସାରଣ ଚେନାଲ ଅଟେ। ପୁଲଓ୍ଵାମାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍‌) ଯବାନ ଉପରେ ଆକ୍ରମଣ ପରେ ପ୍ରସାରଣକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି। କାରଣ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ୨ଟି ସଂସ୍କରଣ କେବଳ ୱେବ୍‌ ମାଧ୍ୟମରେ ଥିଲା ଏବଂ ଗତ ବର୍ଷ ‘ଡିସ୍ପୋଟର୍ସ’ ଏହାର ଆଧିକାରିକ ପ୍ରସାରଣ ଦାୟିତ୍ୱ ନେଇଥିଲା।

ଚେନାଲର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଆମେ ପ୍ରସାରଣକୁ ବାତିଲ କରିଦେଇଛୁ। ଆମେ ରାଷ୍ଟ୍ରୀୟ ପ୍ରସଙ୍ଗ ପ୍ରତି ସମ୍ବେଦନଶୀଳ ଏବଂ ଏହାକୁ କେମିତ କରାଯିବ, ସେ ନେଇ ଆମେ ଚିନ୍ତା କରୁଛୁ। ମାତ୍ର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବାବଦରେ କୌଣସି ଜବାବ ଦେଇ ନାହିଁ।

ସମ୍ବନ୍ଧିତ ଖବର