ଭାରତକୁ ଶୀର୍ଷରୁ ହଟାଇଲା ଦକ୍ଷିଣ ଆଫ୍ରିକା

ଦୁବାଇ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍‌ ଦଳ ଗୁରୁବାର ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ହରାଇଛି। ବୁଧବାର ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୧୦୪ ରନ୍‌ରେ ଜିତି ନେଇଥିବା ଦକ୍ଷିଣ ଆଫ୍ରିକା ଦଳ ଏହି ସ୍ଥାନରୁ ଭାରତକୁ ହଟାଇଦେଇଛି। ନିକଟରେ ଅଷ୍ଟ୍ରେଲିଆକୁ ଘରୋଇ ଶୃଙ୍ଖଳାରେ ୪-୧ରେ ପରାସ୍ତ କରିବା ପରେ ଭାରତ ଶୀର୍ଷ ସ୍ଥାନ ଦଖଲ କରିଥିଲା।

ସମ୍ବନ୍ଧିତ ଖବର