ମିଲାନ୍: ବୟସ ଏକ ସଂଖ୍ୟା ମାତ୍ର, ପର୍ତୁଗାଲର ମହାନ ଫୁଟ୍ବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଏହା ପ୍ରମାଣ କରି ଦେଖାଇଛନ୍ତି। ତାଙ୍କ ବୟସ ୩୩, ହେଲେ ଦେହ ୨୦ ବର୍ଷ ବୟସ୍କ ପିଲାଙ୍କ ଭଳି। ଜୈବିକ ରୂପରେ ତାଙ୍କ ଶରୀର ୨୩ ବର୍ଷର ବୋଲି ନିଜେ ରୋନାଲ୍ଡୋ କିଛି ଦିନ ତଳେ ଦାବି କରିଥିଲେ। ଡକ୍ତରୀ ପରୀକ୍ଷାରୁ ଏହା ପୂରା ସତ ବୋଲି ପ୍ରମାଣିତ ହୋଇଛି। ବରଂ ପରୀକ୍ଷାରୁ ଆହୁରି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ପ୍ରକୃତରେ ତାଙ୍କ ଦେହ ୨୩ ନୁହେଁ ୨୦ ବର୍ଷର ବୋଲି ସ୍ପଷ୍ଟ ହୋଇଛି। ଯାହା ସମଗ୍ର ଫୁଟ୍ବଲ୍ ଜଗତକୁ ଚକିତ କରି ଦେଇଛି। ରୋନାଲ୍ଡୋ ଚଳିତ ବର୍ଷ ସ୍ପେନ୍ର ପ୍ରତିଷ୍ଠିତ କ୍ଲବ୍ ରିଅଲ ମାଦ୍ରିଦ ସହ ୮ ବର୍ଷର ସଂପର୍କ ଛିନ୍ନ କରି ଇଟାଲିର ଜୁଭେଣ୍ଟସ୍ କ୍ଲବ୍ରେ ଯୋଗ ଦେଇଛନ୍ତି। ପ୍ରଚଳିତ ଧାରା ଓ ଆବଶ୍ୟକତା ଅନୁସାରେ ଜୁଭେଣ୍ଟସ୍ ଦଳରେ ଯୋଗଦେବା ପୂର୍ବରୁ ତାଙ୍କର ଡାକ୍ତରୀ ମାଇନା କରାଯାଇଥିଲା। ସେଥିରେ ହିଁ ଏହି ବିସ୍ମୟକର ତଥ୍ୟ ପଦାକୁ ଆସିଥିଲା। ରୋନାଲ୍ଡୋଙ୍କ ପୂର୍ବ ଦାବିରେ ଡାକ୍ତରମାନେ ଆନୁଷ୍ଠାନିକ ମୋହର ମାରଥିଲେ। ଏଣୁ ସେ ଅନ୍ୟୁନ ୪୧ ବର୍ଷ ବୟସର ହେବା ପର୍ଯ୍ୟନ୍ତ ପେସାଦାର ଫୁଟ୍ବଲ୍ ଖେଳି ପାରିବେ ବୋଲି ତାଙ୍କ ପ୍ରଶଂସକମାନେ ଆଶା ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷଜ୍ଞଙ୍କ ମତ ଅନୁସାରେ ଜଣେ ପେସାଦାର ଫୁଟବଲ୍ ଖେଳାଳିଙ୍କ ଶରୀରରେ ହାରାହାରି ୧୧ ପ୍ରତିଶତ ଚର୍ବି ରହୁଥିଲା ବେଳେ ରୋନାଲ୍ଡୋଙ୍କ ଦେହରେ ଏହି ହାର ମାତ୍ର ୭ ପ୍ରତିଶତ। ସବୁଠାରୁ ବଡ଼ କଥା ହେଲା ରୋନାଲ୍ଡୋଙ୍କ ଶରୀରର ୫୦ ମାଂସପେଶୀ ଏବେବି ବେଶ୍ ଶକ୍ତିଶାଳୀ ଅଛି। ସାଧାରଣ ଫୁଟ୍ବଲରଙ୍କ କ୍ଷେତ୍ରରେ ଯାହା ୪୬ ପ୍ରତିଶତ ଥାଏ। ରୁଷିଆ ବିଶ୍ୱକପ୍ରେ ରୋନାଲଡୋଙ୍କ ସର୍ବାଧିକ ବେଗ ୨୧.୧ କିଲୋମିଟର ଥିଲା। ଏପରିକି ସେ ନିଜଠାରୁ ବୟସରେ ସାନ ଅନେକ ଯୁବ ଖେଳାଳିଙ୍କୁ ଏହି କ୍ଷେତ୍ରରେ ପଛରେ ପକାଇ ଦେଇଥିଲେ। ଜୁଭେଣ୍ଟସ୍ର ନିଜସ୍ୱ ପରୀକ୍ଷାରେ ମଧ୍ୟ ସେ ଏହାକୁ ଦୋହରାଇଥିଲେ। ୨୦୧୭ରେ ଘଣ୍ଟା ପ୍ରତି ତାଙ୍କ ସର୍ବାଧିକ ବେଗ ୨୦.୬୬ କିଲୋମିଟର ଥିଲା। ସେହି ଅନୁସାରେ ଚଳିତ ବର୍ଷ ତାଙ୍କ ବେଗ କମିିବା ପରିବର୍ତେ ବଢ଼ିଛି। ଚାମ୍ପିଅନ୍ସ ଲିଗ୍ରେ ଜୁଭେଣ୍ଟସର ପ୍ରତିନିଧିତ୍ୱ କରି ସେ ୭.୫୫ ମିଟର ଦୂରତାକୁ ଲମ୍ଫ ମାରିଥିଲେ। ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା।