ଆଇଟା-ଓଟିଏ ୫୦କେ ପ୍ରତିଯୋଗିତା : ଚିନ୍ମୟ ଓ ଆଶୁତୋଷ କ୍ୱାର୍ଟରକୁ ଉନ୍ନୀତ

ଭୁବନେଶ୍ୱର: ମେଣ୍ଢାଶାଳସ୍ଥିତି ଗୁରୁକୁଳ ଟେନିସ୍‌ ରିସର୍ଟସ ପରିସରରେ ଲଗାତାର ଦ୍ୱିତୀୟ ସପ୍ତାହରେ ଆଇଟା-ଓଟିଏ ପୁରୁଷ ମାନ୍ୟତା ଟେନିସ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ତେବେ ମାତ୍ର ଦୁଇ ଜଣ ଓଡ଼ିଆ ଖେଳାଳି ପ୍ରିକ୍ୱାର୍ଟରଫାଇନାଲ୍‌ ଡେଇଁଛନ୍ତି। ମଙ୍ଗଳବାର ଶୀର୍ଷ ମାନ୍ୟତାପ୍ରାପ୍ତ ଚିନ୍ମୟ ପ୍ରଧାନ ମହାରାଷ୍ଟ୍ରର ମାନଭୀର ସିଂହ ରାନ୍ଧଓ୍ଵାଙ୍କୁ ୬-୨, ୬-୨ରେ ସିଧାସଳଖ ଭାବେ ପରାସ୍ତ କରିଥିବାବେଳେ ଆଶୁତୋଷ ଦାସ ମଧ୍ୟପ୍ରଦେଶର ଉତ୍କର୍ଷ ତିଓ୍ଵାରୀଙ୍କୁ ୬-୭ (୫), ୬-୦, ୬-୧ରେ ପରାସ୍ତ କରି କ୍ୱାର୍ଟରଫାଇନାଲରେ ସ୍ଥାନ ପକ୍କା କରି ନେଇଛନ୍ତି। ଅନ୍ୟ ଓଡ଼ିଆଙ୍କ ମଧ୍ୟରୁ ଅଭିଜ୍ଞ ସତୀର୍ଥ ପଟ୍ଟନାୟକ ଏବଂ ଅଭିଷେକ ମହାପାତ୍ର ସୋମବାର ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର