ଆଇଟା-ଓଟିଏ ୫୦କେ : ଆଶୁତୋଷ-ସତୀର୍ଥଙ୍କୁ ଯୁଗଳ ମୁକୁଟ

ଭୁବନେଶ୍ୱର: ମେଣ୍ଢାଶାଳସ୍ଥିତି ଗୁରୁକୁଳ ଟେନିସ୍‌ ରିସର୍ଟସ ପରିସରରେ ଚାଲିଥିବା ଆଇଟା-ଓଟିଏ ୫୦କେ ପୁରୁଷ ମାନ୍ୟତା ଟେନିସ୍‌ ପ୍ରତିଯୋଗିତାରେ ଓଡ଼ିଶାର ଅଭିଜ୍ଞ ସତୀର୍ଥ ପଟ୍ଟନାୟକ ଏବଂ ଉଦୀୟମାନ ଆଶୁତୋଷ ଦାସ ଯୋଡ଼ି ପୁରୁଷ ଯୁଗଳ ବର୍ଗରେ ବିଜେତା ହୋଇଛନ୍ତି। ଫାଇନାଲରେ ସତୀର୍ଥ-ଆଶୁତୋଷ ଯୋଡ଼ି ୬-୩, ୬-୩ରେ ନିଜ ରାଜ୍ୟ ସାଥୀ ଅଭିଷେକ ମହାପାତ୍ର-ଅମୃତଜୟ ମହାନ୍ତିଙ୍କୁ ପରାସ୍ତ କରି ଏହି ଗୌରବ ପାଇଛନ୍ତି। ଅନ୍ୟପକ୍ଷରେ ଏକକ ବର୍ଗରେ ରାଜ୍ୟର ଏକ ନମ୍ବର ଖେଳାଳି ଚିନ୍ମୟ ପ୍ରଧାନ ଶୁକ୍ରବାର ଫାଇନାଲ୍‌ରେ ତାମିଲନାଡୁର ଅର୍ଜୁନ ମହାଦେବନଙ୍କୁ ଭେଟିବେ। ଗୁରୁବାର ସେମିଫାଇନାଲ୍‌ରେ ଚିନ୍ମୟ ଗୁଜରାଟର ଯୁଗାନ୍ତର ବ୍ୟାସଙ୍କୁ ୬-୨, ୬-୨ରେ ଏବଂ ଅର୍ଜୁନ ୬-୧, ୬-୦ରେ ଅପରୂପ ରେଡ୍ଡୀଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର