ଆଇଟା-ଓଟିଏ ଟ୍ୟାଲେଣ୍ଟ୍‌ ସିରିଜ୍‌: କ୍ୱାର୍ଟର୍‌ରେ ପହଞ୍ଚିଲେ ୯ ଓଡ଼ିଆ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ମଙ୍ଗଳବାରଠାରୁ ଟେନିସ ଆସୋସିଏସନ୍‌ ଅଫ୍‌ ଭୁବନେଶ୍ୱର ଏବଂ ଓଡ଼ିଶା ଟେନିସ୍‌ ଆସୋସିଏସନ୍‌ ପକ୍ଷରୁ ଆଇଟା ଟିଏସ୍‌ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୯ ଓଡ଼ିଆ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଯାଇଛି। ୧୨ ବର୍ଷରୁ କମ୍‌ ବାଳକ ଏକକ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ବିଶ୍ୱ ବିସ୍ମିତ ପ୍ରଧାନ ୬-୪, ୬-୨ରେ ଝାଡ଼ଖଣ୍ଡର ହର୍ଷ ବର୍ମାଙ୍କୁ ଏବଂ ଲଳିତ ଟୁଡୁ ୬-୨, ୫-୭, ୬-୧ରେ ଷଷ୍ଠ ମାନ୍ୟତାପ୍ରାପ୍ତ ନିଜ ରାଜ୍ୟର କମଲେଶ ରଥଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ୧୬ ବର୍ଷରୁ କମ୍‌ ବାଳିକା ବର୍ଗ ଏକକ ପ୍ରିକ୍ୱାର୍ଟରଫାଇନାଲ୍‌ରେ ହେନାମିକା କରିନା ସାହୁ ୬-୩, ୧-୬, ୬-୪ରେ ନେମା ସାରା କିସ୍‌ପୋଟାଙ୍କୁ, ଆଶ୍ରା ପଟେଲ୍‌ ୬-୦, ୬-୦ରେ ତୃତୀୟ ମାନ୍ୟତାପ୍ରାପ୍ତ ଅର୍ଚିତା ସାହୁଙ୍କୁ, ପ୍ରିୟାଂଶୀ ପାଣିଗ୍ରାହୀ ୬-୩, ୭-୫ରେ ପଶ୍ଚିମବଙ୍ଗର ଆଂଶିତା ଅଗ୍ରଓ୍ଵାଲଙ୍କୁ, ସିମ୍ରନ୍‌ ଏନ୍‌ ଏକ୍କା ୬-୧, ୬-୧ରେ ପଶ୍ଚିମବଙ୍ଗର ଅଶ୍ମିତା ମିତ୍ରଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି। ୧୬ ବର୍ଷରୁ କମ୍‌ ବାଳକ ବର୍ଗ ଏକକ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ରାହୁଲ ବେହେରା ୬-୩, ୩-୬, ୬-୦ରେ ବିଘ୍ନେଶ ନନ୍ଦଙ୍କୁ, ଆଶିଷ କୁମାର ପରିଡ଼ା ୬-୦, ୬-୦ରେ ପଶ୍ଚିମବଙ୍ଗର ସମନ୍ଵୟ ବାଣିକଙ୍କୁ ଏବଂ ଦ୍ୱିତୀୟ ମାନ୍ୟତାର ଡି ଆର୍ଯ୍ୟନ ସ୍ୱାମୀ ୬-୩, ୬-୨ରେ ଦେବବ୍ରତ ପ୍ରଧାନଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର