ପୁରୀରେ ଆଇଟା ଟିଏସ୍‌ : ଓଡ଼ିଆଙ୍କ ବିଜୟ ଅଭିଯାନ

ଭୁବନେଶ୍ୱର: ପୁରୀ ଜିଲ୍ଲା ଟେନିସ୍‌ ସଂଘ ପକ୍ଷରୁ ଆଇଟା-ଓଟିଏ ଟ୍ୟାଲେଣ୍ଟ୍‌ ସିରିଜ୍‌ (୧୪ ବର୍ଷରୁ କମ୍‌) ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ୍‌ ବାଳକ ବର୍ଗରେ ଓଡ଼ିଆ ଖେଳାଳିଙ୍କ ଜୟଯାତ୍ରା ନଜରକୁ ଆସିଛି। ୟାଶରାଜ ପଟ୍ଟନାୟକ ୬-୦, ୬-୦ରେ ଅନିକେଶ ସାହୁଙ୍କୁ, କମଲେଶ ରଥ ୭-୫, ୬-୪ରେ ବିଶ୍ୱ ବିସ୍ମିତ ପ୍ରଧାନଙ୍କୁ, ଦେବବ୍ରତ ପ୍ରଧାନ ୭-୫, ୪-୬, ୬-୪ରେ ପ୍ରଣେଶ ସାହୁଙ୍କୁ, ସମ୍ବିତ ସ୍ଥିତ ସିରି ପ୍ରଧାନ ୬-୨, ୬-୨ରେ ଷ୍ଟିଭାନ୍‌ ଅଙ୍କିତ ଏକ୍କାଙ୍କୁ, ଚିରାଗ ବାତ୍ରା ୬-୧, ୬-୧ରେ ବେଙ୍ଗଲର ଦିବ୍ୟାଂଶ ପ୍ରହଲଦ୍‌କାଙ୍କୁ, ଆଦିତ୍ୟ ବିକ୍ରମ ଆଚାର୍ଯ୍ୟ ୬-୧, ୬-୦ରେ ଝାଡ଼ଖଣ୍ଡର ହର୍ଷ ବର୍ମାଙ୍କୁ, ସ୍ୱସ୍ତିକ ସ୍ଥିତ ସିରି ସାଇ ପ୍ରଧାନ ୬-୧, ୬-୨ରେ ସନ୍‌ ମହାନ୍ତିଙ୍କୁ, ଲଳିତ ଟୁଡୁ ୬-୧, ୬-୨ରେ ହୃଦୟଜିତ୍‌ ଦାସଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଭୀମସେନ ପାତ୍ର ଏବଂ ଆଇଟିଏଫ୍‌ ଅଧିକାରୀ ସୈକତ ରୟ ଅତିଥିଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର