ଆଜାଦ ଚାଲେଂଜ କପ୍‌ ସେମିରେ ରାଇଜିଂ

କରଂଜିଆ ଗୋଲେଇ: ଚଢ଼େଇଭୋଳଠାରେ ଚାଲିଥିବା ସର୍ବଭାରତୀୟ ଆଜାଦ ଚାଲେଂଜ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଦ୍ୱିତୀୟ ଦିନ ପୂର୍ବ ରେଳବାଇ ଆଦ୍ରାକୁ ହରାଇ କଟକର ରାଇଜିଂ ଷ୍ଟୁଡେଣ୍ଟ ସେମିଫାଇନାଲ୍‌ରେ ପହଞ୍ଚିଛି। ରେଳବାଇ ଦଳ ନିର୍ଧାରିତ ୨୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ହସନ ଅଖ୍‌ତର ୪୧ ଓ ପିଣ୍ଟୁ ୨୧ ରନ୍‌ କରିଥିଲେ। ଜବାବରେ ରାଇଜିଂ ଷ୍ଟୁଡେଣ୍ଟ ୧୬ ଓଭରରେ ୪ ଓ୍ଵିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଶୁଭ୍ରାଂଶୁ ସେନାପତି ୩୫ ବଲ୍‌ରୁ ୬୯, ରାଜେଶ ଧୂପର ୨୧ ବଲ୍‌ରୁ ୨୬ ରନ୍‌ କରିଥିଲେ। ବୋଲିଂରେ ଦେବପ୍ରିୟ ପଟ୍ଟନାୟକ ୩ ଓ ବିପ୍ଳବ ସାମନ୍ତରାୟ ୨ ଓ୍ଵିକେଟ୍‌୍‌ ଦଖଲ କରିଥିଲେ। ଶୁଭ୍ରାଂଶୁ ସେନାପତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସବିର ଅଲ୍ଲୀ ତାଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର