ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ୍ ସଂଘ (ଏଚ୍ସିଏ)ର ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଝାର ନିଜ ପ୍ରାର୍ଥିପତ୍ର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଭିଏସ୍ ସମ୍ପଥଙ୍କୁ ପ୍ରଦାନ କରିଛନ୍ତି। ସମ୍ପଥଙ୍କ ତତ୍ତ୍ବାବଧାନରେ ହିଁ ଏଚ୍ସିଏ ନିର୍ବାଚନ ସଂପାଦନ ହେଉଛି। ଆଝାର ୨୦୧୭ରେ ମଧ୍ୟ ଏଚ୍ସିଏ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ସେତେବେଳର ନିର୍ବାଚନ ଅଧିକାରୀ ତାଙ୍କ ପ୍ରାର୍ଥପତ୍ରକୁ ଖାରଜ କରି ଦେଇଥିଲେ। ବିସିସିଆଇ ତାଙ୍କ ଉପରୁ ବାସନ୍ଦାଦେଶ ଉଠାଇଥିବା ନେଇ ପ୍ରମାଣ ଆଝାର ଦେଇ ନପାରିବାରୁ ନିର୍ବାଚନ ଅଧିକାରୀ ଏଭଳି ପଦକ୍ଷେପ ନେଇଥିଲେ। ମ୍ୟାଚ୍ ଫିକ୍ସିଂରେ ଜଡ଼ିତ ଥିବା ଅଭିଯୋଗରେ ବିସିସିଆଇ ଏହି ଲୋକପ୍ରିୟ ଖେଳାଳିଙ୍କୁ ଆଜୀବନ ବାସନ୍ଦ କରିଥିଲା। ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟଳୟ କିନ୍ତୁ ଏହି ବାସନ୍ଦାଦେଶକୁ ଉଠାଇ ଦେଇଥିଲେ। ଏଥର ଆଝାରଙ୍କୁ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ହାଇଦ୍ରାବାଦର ବରିଷ୍ଠ କ୍ରିକେଟ୍ ପ୍ରଶାସକ ଅର୍ସଦ ଆୟୂବ ଏବଂ ଶିବଲାଲ ଯାଦବଙ୍କ ସମର୍ଥନ ଥିବା ଜଣାପଡ଼ିଛି। ଆଝାରଙ୍କ ସହ କ୍ରିକେଟ୍ ସଂଗଠକ ପିଆର ମାନସିଂହଙ୍କ ପୁଅ ବିକ୍ରମ ମାନସିଂହ (ଉପସଭାପତି), ଆଜମଲ ଅସଦ (ସଂପାଦକ), ପି ଶ୍ରୀନିବାସ (ଯୁଗ୍ମ ସଂପାଦକ), ଜି ଶ୍ରୀନିବାସ (କୋଷାଧ୍ୟକ୍ଷ) ଏବଂ ପି ଅନୁରାଧା (କାଉନସିଲର) ପଦକ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଚସିଏର ନିର୍ବାଚନ ଚଳିତ ମାସ ୨୭ ତାରିଖରେ ହେବାର ଥିଲା ବେଳେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ୨୩ ରହିଛି।
ଏଚ୍ସିଏ ସଭାପତି ପଦ ଲାଗି ଆଝାରଙ୍କ ପ୍ରାର୍ଥିପତ୍ର ଦାଖଲ
/sambad/media/post_attachments/wp-content/uploads/2019/09/fhdfhdfhdfh5dfh5df6h5df6h5df6h5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)