ଟେଷ୍ଟ୍‍ ମ୍ୟାଚ୍‌ରୁ ଫୁର୍‌ସତ ପାଇବା ମାତ୍ରେ ସ୍ତ୍ରୀ-ପିଲାଙ୍କ ପାଖକୁ ଧାଇଁଗଲେ ରାହାଣେ, ଇନ୍‌ଷ୍ଟାରେ ଦେଲେ ନବଜାତ କନ୍ୟାର ଫଟୋ

ନୂଆଦିଲ୍ଲୀ: ଭାଇଜାଗ୍‌ରେ ହେଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍‍ ମ୍ୟାଚ୍‌ରୁ ଫୁର୍‌ସତ ପାଇବା ମାତ୍ରେ ନିଜ ସ୍ତ୍ରୀ-ପିଲାଙ୍କୁ ଭେଟିଛନ୍ତି କ୍ରିକେଟର୍‌ ଜିଙ୍କ୍ୟ ରାହାଣେ। ସେ ତାଙ୍କ ନବଜାତକ କନ୍ୟା ସନ୍ତାନ ଓ ପତ୍ନୀ ରାଧିକାଙ୍କ ସହ ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି।

ରାହାଣେ ନିକଟରେ ନିଜ ପରିବାର ଠାରୁ ଦେଶକୁ ଗୁରୁତ୍ୱ ଦେଇ ଚର୍ଚ୍ଚା ପାଲଟିଥିଲେ। ଶନିବାର ତାଙ୍କ ପତ୍ନୀ ଡେଲିଭରି ରୁମ୍‌ରେ ତାଙ୍କ ଝିଅକୁ ଜନ୍ମ ଦେଉଥିବା ବେଳେ  ପଡ଼ିଆରେ ଦେଶ ପାଇଁ କ୍ରିକେଟ୍‌ ମ୍ୟାଚ୍‌ ଖେଳୁଥିଲେ ରାହାଣେ।

ଗତ କେତେ ବର୍ଷ ମଧ୍ୟରେ ଅନେକ କ୍ରିକେଟର୍‌ ବାପା ହୋଇଥିଲେ ବି ଶିଶୁ କନ୍ୟାର ପିତା ହେବାର ସୌଭାଗ୍ୟ ଅର୍ଜନ କରିବାର ସୁଯୋଗ ରାହାଣେଙ୍କୁ ମିଳିଛି।

ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ରିକେଟ୍‌ ତାରକା ମହେନ୍ଦ୍ର ସିଂହ ଧୋନୀ, ହର୍‌ଭଜନ ସିଂହ, ସୁରେଶ ରାଇନା, ରୋହିତ ଶର୍ମା, ହନୁମା ବିହାରୀ ଆଦି ମଧ୍ୟ କନ୍ୟା ସନ୍ତାନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ରାହାଣେ ୨୦୧୪ ମସିହାରେ ତାଙ୍କ ପିଲାଦିନର ବନ୍ଧୁ ରାଧିକାଙ୍କୁ ବିବାହ କରିଥିଲେ। ଅନେକ ବର୍ଷ ଧରି ସେମାନେ ସଂପର୍କରେ ରହିବା ପରେ ଶେଷରେ ସେମାନଙ୍କ ପରିବାର ଲୋକ ସେମାନଙ୍କ ବିବାହ କରାଇଥିଲେ।

ସମ୍ବନ୍ଧିତ ଖବର