ଜାକର୍ତା ଯିବେ ଆଜାମ୍‌

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକର୍ତା ଏବଂ ପାଲେମବାଙ୍ଗ୍‌ରେ ଶନିବାରଠାରୁ ଆରମ୍ଭ ହୋଇଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଆଉ ଜଣେ ଓଡ଼ିଆ ସାମିଲ ହେବେ। ଓଡ଼ିଶା ସଫ୍‌ଟ ଟେନିସ୍‌ ସଂଘ ସମ୍ପାଦକ ମହମ୍ମଦ ଆଜାମଙ୍କୁ ସେହି ଖେଳର ବୈଷୟିକ ଅଧିକାରୀ ଭାବେ ଆମନ୍ତ୍ରଣ କରାଯାଇଛି। ୨୦୦୭ ଏବଂ ୨୦୧୧ରେ ବିଶ୍ୱ ସଫ୍‌ଟ ଟେନିସ୍‌ରେ ମଧ୍ୟ ଆଜାମଙ୍କୁ ସୁଯୋଗ ମିଳିଥିଲା। ୨୦୧୦ର ଗୁଆଙ୍ଗ୍‌ଜୁ ଏସୀୟ କ୍ରୀଡ଼ାରେ ଆଜାମ ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୧୬ରେ ଜାପାନରେ ଆଜାମ ମଧ୍ୟ ଅଷ୍ଟମ ଏସୀୟ ସଫ୍‌ଟ ଟେନିସ୍‌ରେ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ। ଏଭଳି ବଡ଼ ସୁଯୋଗ ପାଇଥିବାରୁ ଆଜାମଙ୍କୁ ଓଡ଼ିଶା ସଂଘ ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ ସମ୍ବର୍ଧିତ କରିଛନ୍ତି। ଏସିଆଡ୍‌ର ସଫ୍ଟ ଟେନିସ୍‌ ପ୍ରତିଯୋଗିତା ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅଗଷ୍ଟ ୨୪ ତାରିଖରେ ଆଜାମ ଇଣ୍ଡୋନେସିଆ ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର