ଆକାଶ ପ୍ରଥମ ଥର ରାଜ୍ୟ ସ୍ନୁକର ବିଜେତା

କଟକ: ଆକାଶ ମହାପାତ୍ର ପ୍ରଥମ ଥର ପାଇଁ ରାଜ୍ୟ ସ୍ନୁକର ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। କଟକ କ୍ଲବ ଠାରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାର ଫାଇନାଲରେ ସୁବ୍ରତ ଦାସଙ୍କୁ ୬-୪ (୯୦-୫୮, ୩୯-୬୧, ୬୨-୨୩, ୫୬-୩୯, ୧୬-୫୪, ୩୧-୫୮, ୧୫-୫୬, ୬୮-୩୧, ୬୮-୨୩, ୫୬-୧୪ ) ଫ୍ରେମରେ ହରାଇଛନ୍ତି। ରାଜ୍ୟ ବିଲିୟାର୍ଡସ ଓ ସ୍ନୁକର ସଂଘ ସମ୍ପାଦକ ଶ୍ରୀମୟ କର, କଟକ କ୍ଲବ ସଭାପତି ରାଜ କୁମାର ସନ୍ତୁକା, ସମ୍ପାଦକ ଦେବାନନ୍ଦ ମହାପାତ୍ର, ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ସେନ୍, ଆୟୋଜକ ସମିତି ମୁଖ୍ୟ ଗୋବିନ୍ଦ ଶର୍ମା, ବରିଷ୍ଠ ଖେଳାଳି ରାଜନୀଶ ଦାସ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର