ନିଖିଳ ଓଡ଼ିଶା ସ୍ନକର: ସୁବ୍ରତ, ଆକାଶ, ସତ୍ୟଜ୍ୟୋତିଙ୍କ ଯୁଗଳ ବିଜୟ

ଭୁବନେଶ୍ୱର: ସ୍ଥାନୀୟ ଭିଣ୍ଟେଜ୍‌ କ୍ଲବ୍‌ ପରିସରରେ ଚାଲିଥିବା ନିଖିଳ ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ପ୍ରତିଯୋଗିତାର ତୃତୀୟ ଦିବସରେ ସୁବ୍ରତ ଦାସ, ଆକାଶ ମହାପାତ୍ର ଏବଂ ସତ୍ୟଜ୍ୟୋତି ମହାନ୍ତି ଦୁଇଟି ଲେଖାଏଁ ବିଜୟ ହାସଲ କରିଛନ୍ତି। ସୁବ୍ରତ ଦାସ ୨-୧ରେ ଚନ୍ଦ୍ର ମହାନ୍ତିଙ୍କୁ, ୨-୦ରେ ଶିଭମ ସିଂଘଲଙ୍କୁ ପରାସ୍ତ କରିଥିବା ବେଳେ ଆକାଶ ମହାପାତ୍ର ସମାନ ୨-୦ ବ୍ୟବଧାନରେ ସତ୍ୟଜ୍ୟୋତି ମହାନ୍ତି ଓ ସୁମିତ ହେମ୍ବ୍ରମଙ୍କୁ ପରାସ୍ତ କରିଥିଲେ। ଏହା ପରେ ସତ୍ୟଜ୍ୟୋତି ମହାନ୍ତି ୨-୧ରେ ରାଜିତ ପତି ଓ ୨-୦ରେ ସୁମିତ୍‌ ସାଗରଙ୍କୁ ହରାଇଥିଲେ। ସେହିଭଳି ବିରାଜ ଦାଶ ୨-୦ରେ ଚନ୍ଦ୍ର ମହାନ୍ତିଙ୍କୁ, ସିଦ୍ଧାର୍ଥ ବସ୍ତିଆ ରିଷବ ଗୋଲେଚାଙ୍କୁ, ଉଦ୍‌ବଂଶ ମହାପାତ୍ର ୨-୧ରେ ଅଂଶୁମାନ ମିଶ୍ରଙ୍କୁ, ଅମିୟ ନାୟକ ୨-୧ରେ ରିଷବ ଗୋାଲେଚାଙ୍କୁ, ଶ୍ୟାମ ଅଗ୍ରଓ୍ଵାଲ୍‌ ୨-୦ରେ ଅବିନାଶ ମହାପାତ୍ରଙ୍କୁ, ଅନୂଜ ପଣ୍ଡା ୨-୦ରେ ଗୋବିନ୍ଦ ଶର୍ମାଙ୍କୁ, ରାକେଶ ମହାନ୍ତି ୨-୧ରେ ଶ୍ୟାମ ଅଗ୍ରଓ୍ଵାଲଙ୍କୁ, ରାକେଶ ପ୍ରଧାନ ୨-୧ରେ ରିଷବ ଗୋଲେଚାଙ୍କୁ, ଗୋବିନ୍ଦ ଶର୍ମା ୨-୧ରେ ଜଗଦୀଶ ମହାନ୍ତିଙ୍କୁ, ଶିଭମ ସିଂଘଲ ୨-୦ରେ ବିରାଜ ଦାସଙ୍କୁ, ସତ୍ୟଦୀପ ଦାସ ୨-୧ରେ ରାହୁଲ ହାଲିଙ୍କୁ, ସଚି ମହାପାତ୍ର ୨-୦ରେ ଅଂଶୁମାନଙ୍କୁ, ଚନ୍ଦ୍ର ମହାନ୍ତି ୨-୦ରେ ଶିଭମଙ୍କୁ, ଅବିନାଶ ମହାପାତ୍ର ୨-୦ରେ ଶିବାଶିଷ ବିଶ୍ୱାଳଙ୍କୁ ପରାସ୍ତ କରିଥିଲେ। ଶ୍ୟାମ ଅଗ୍ରଓ୍ଵାଲ ରାଜ୍ୟ କନିଷ୍ଠ ବର୍ଗ ଉପ ବିଜେତା ଅବିନାଶ ମହାପାତ୍ରଙ୍କୁ ହରାଇବା ତୃତୀୟ ଦିନର ଉଲ୍ଲେଖନୀୟ କଥା ଥିଲା।

ସମ୍ବନ୍ଧିତ ଖବର