ସର୍ବଭାରତୀୟ ମହିଳା ଟେନିସ୍‌ ଉଦ୍‌ଘାଟିତ

ମେଣ୍ଢାଶାଳ: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍‌ ଏକାଡେମି ଆନୁକୂୂଲ୍ୟରେ ସର୍ବଭାରତୀୟ ମହିଳା ଟେନିସ୍‌ ପ୍ରତିଯୋଗିତା ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ କେରଳରୁ ୩୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ଗୃହ ସଚିବ ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲା ବେଳେ ଗୁରୁକୁଳ ଏକାଡେମି ସଂଚାଳକ ପ୍ରଶାନ୍ତ କୁମାର ପ୍ରଧାନ ଅତିଥି ଭାବେ ଉପସ୍ଥିତ ଥିଲେ। ସୋମବାରଠୁ ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହେବ।

ସମ୍ବନ୍ଧିତ ଖବର