‘ଦଳିତ ମୁସ୍‌ଲମାନଙ୍କ ବିରୋଧରେ ମିଛ କେସ୍‌ କରି ସେମାନଙ୍କୁ ବାଡ଼ାଏ’, ଭାଇରାଲ୍‌ ହେଲା ମହିଳା ଡିଏସ୍‌ପିଙ୍କ ଭିଡିଓ

0 345

ମୁମ୍ବାଇ: ମହାରାଷ୍ଟ୍ରର ବିଡ୍‌ ଜିଲ୍ଲାର ଏକ ଲଜ୍ଜାକର ଭିଡିଓ ନକଟରେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ କିପରି ଜଣେ ମହିଳା ପୁଲିସ୍‌ ଅଧିକାରୀ ଦଳିତ ଓ ମୁସ୍‌ଲମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି ସେମାନଙ୍କୁ ମାରପିଟ କରୁଥିବା କଥା ନିଜ ମୁହଁରେ ସ୍ୱୀକାର କରୁଛନ୍ତି। ଭିଡିଓଟିରେ ମହିଳା ଅଧିକାରୀ ଜଣକ ଏପରି କହୁଥିବାର ଦିଶିଛନ୍ତି, ‘ମୁଁ ଦଳିତମାନଙ୍କ ହାତଗୋଡ଼ ବାନ୍ଧି କରି ନିଜର କ୍ରୋଧ କାଢ଼େ।’ ଭିଡିଓଟିରେ ଯେଉଁ ଅଧିକାରୀ ଜଣକ ନଜର ଆସୁଛନ୍ତି ସେ ହେଉଛନ୍ତି ମଜଲଗାଓଁର ଡିଏସ୍‌ପି ଭାଗ୍ୟଶ୍ରୀ ନବଟାକେ।

ଏହି ଭିଡିଓଟି ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇଛି। ଭିଡିଓଟିରେ ମହିଳା ଜଣକ ଆହୁରି ବି କହିଥିବାର ଶୁଣିବାକୁ ମିଳିଛି ଯେ ସେ ଏପରି ୨୧ ଜଣ ଦଳିତଙ୍କ ଉପରେ ମିଛ ମାମଲା କରିଛନ୍ତି। ଏହି ଭିଡିଓ ଏବେ କେତେକ ଟିଭି ଚ୍ୟାନେଲରେ ବି ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଅଧିକାରୀ ଜଣକ ମରାଠୀର ଏକ ସମୂହ ସହ କଥା ହେଉଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.