ଅମ୍ବାତି ରାୟଡୁଙ୍କ ବୋଲିଂ ଶୈଳୀ ନେଇ ପ୍ରଶ୍ନବାଚୀ, ଆଇସିସି କରିବ ତଦନ୍ତ

ସିଡ଼ନୀ: ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ଜାନୁଆରୀ ୧୨ରେ ଖେଳା ଯାଇଥିବା ୩ ମ୍ୟାଚ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୩୪ ରନରେ ହାରିବା ପରେ ଟିମ୍‌ ଇଣ୍ଡିଆକୁ ପୁଣି ଏକ ଝଟକା ଲାଗିଛି। ସିଡନୀ ଦିନିକିଆରେ ପାର୍ଟ ଟାଇମ୍‌ ବୋଲିଂ କରିଥିବା ଅମ୍ବାତି ରାୟଡୁଙ୍କ ବୋଲିଂ ଶୈଳୀକୁ ନେଇ ଅଭିଯୋଗ ହୋଇଛି। ରାୟଡୁ ସିଡନୀ ଦିନିକିଆ ମ୍ୟାଚରେ ୨ ଓଭର ବୋଲିଂ କରିଥିଲେ ଏବଂ ବିନା ସଫଳତାରେ ୧୩ ରନ ଖର୍ଚ୍ଚ କରିଥିଲେ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ରବିବାର ଟୁଇଟ୍‌ ମାଧ୍ୟମରେ ଏହି ସୂଚନା ଦେଇଛି। ଆଇସିସି ଅନୁସାରେ ସଦିଗ୍ଧ ବୋଲିଂ ଯୋଗୁଁ ଅମ୍ବାତି ରାୟଡୁଙ୍କ ବିରୋଧରେ ଅଭିଯୋଗ ହୋଇଛି। ରାୟଡୁ ଏବେ ୧୪ ଦିନ ମଧ୍ୟରେ ନିଜର ବୋଲିଂ ଶୈଳୀ ଯାଞ୍ଚ କରାଇବେ। ମାତ୍ର ରିପୋର୍ଟର ଫଳାଫଳ ଆସିବା ପର୍ଯ୍ୟନ୍ତ ବୋଲିଂ କରିବାକୁ ଅନୁମତି ଦିଆଯାଇଛି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷରେ ସିଡ଼ନୀ ଦିନିକିଆରେ ୨୨ତମ ଓ ୨୪ତମ ଓଭରକୁ ରାୟଡୁ ବୋଲିଂ କରିଥିଲେ। ମଧ୍ୟ କ୍ରମର ବୋଲର ରାୟଡୁ ଆବଶ୍ୟକ ପଡ଼ିଲେ ପାର୍ଟ ଟାଇମ୍‌ ବୋଲିଂ କରିଥାନ୍ତି।

ସମ୍ବନ୍ଧିତ ଖବର