ଆମେରିକାକୁ ୧୦୦ତମ ସ୍ୱର୍ଣ୍ଣ ଦେଲେ ହ୍ଵାଇଟ୍‌

ଶୀତକାଳୀନ ଅଲିମ୍ପିକ୍ସ

ପିଙ୍ଗ୍‌ଚାଙ୍ଗ୍‌ (ଦକ୍ଷିଣ କୋରିଆ): ସନ୍‌ ହ୍ଵାଇଟ୍‌ ଶୀତକାଳୀନ ଅଲିମ୍ପିକ୍ସରେ ଆମେରିକାକୁ ୧୦୦ତମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି। ଚଳିତ ସଂସ୍କରଣ ସ୍ନୋବୋର୍ଡ ହାର୍ଫ ପାଇପ୍‌ରେ ହ୍ଵାଇଟ୍‌ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ଜିତିବା ସହ ଆମେରିକାକୁ ଏହି ସ୍ତରରେ ପହଞ୍ଚାଇଥିଲେ। ଏଥିସହ ୨୦୦୬ ଏବଂ ୨୦୧୦ ଶୀତକାଳୀନ ଅଲିମ୍ପିକ୍ସ ବିଜେତା ହ୍ଵାଇଟ୍‌ ନିଜ ବ୍ୟକ୍ତିଗତ ଭାବେ ତୃତୀୟ ସ୍ୱର୍ଣ୍ଣ ନିଜ ନାମରେ କରିଥିଲେ। ତାଙ୍କ ପଛକୁ ଜାପାନ୍‌ର ଆୟୁମ ହିରାନୋ ରୌପ୍ୟ ଓ ଅଷ୍ଟ୍ରେଲିଆର ସ୍କଟି ଜେମ୍ସ କାଂସ୍ୟ ପଦକ ଜିତିଥିଲେ। ସେହିଭଳି ବୁଧବାର ମହିଳା ସ୍ପିଡ୍‌ ସ୍କେଟିଂ ୧୦୦୦ ମିଟରରେ ନେଦରଲାଣ୍ଡ୍‌ର ଜୋରିନ୍‌ ତେର ମୋର୍ସ ସ୍ୱର୍ଣ୍ଣ ଜିତିଥିଲା। ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଦୁଇ ଜାପାନ ତାରକା ନାଓ କୋଦାଇରା ଓ ମିହୋ ତାକାଙ୍ଗି ରୌପ୍ୟ ଓ କାଂସ୍ୟ ପଦକ କରାୟତ କରିଥିଲେ। ନର୍ଦି କମ୍ବାଇନ୍‌ ବ୍ୟକ୍ତିଗତ ବର୍ଗରେ ଜର୍ମାନିର ଏରିକ୍‌ ପ୍ରେଞ୍ଜିଲ୍‌ ସ୍ୱର୍ଣ୍ଣ, ଜାପାନର ଆକିତୋ ଓ୍ଵାତମ୍ବେ ରୌପ୍ୟ ଏବଂ ଅଷ୍ଟ୍ରିଆର ଲୁକାସ କ୍ଲାଫର କାଂସ୍ୟ ପଦକ କବ୍‌ଜା କରିଥିଲେ।

ସମ୍ବନ୍ଧିତ ଖବର