କୋହଲିଙ୍କୁ କାଟିଲେ ଆମଲା ୨୭ ଦିନିକିଆ ଶତକରେ ଦ୍ରୁତତମ

ଜୋହାନେସବର୍ଗ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଅତିକ୍ରମ କରି ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହାସିମ ଆମ୍‌ଲା ୨୭ ଦିନିକିଆ ଶତକ ହାସଲରେ ଦ୍ରୁତତମ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ‌ପୋର୍ଟ ଏଲିଜାବେଥର ସେଣ୍ଟଜର୍ଜ ପାର୍କଠାରେ ଖେଳା ଯାଇଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ଅବସରରେ ସେ ଏହି କୀର୍ତ୍ତିମାନ କରିଥିଲେ। ୩୧ ବର୍ଷୀୟ ଆମଲା ନିଜ ୧୬୭ତମ ପାଳିରେ ୨୭ ଶତକ ପୂରଣ କରିଥିଲେ। କୋହଲି ଏହି ମାଇଲଖୁଣ୍ଟ ଛୁଇଁବା ଲାଗି ୧୬୯ ପାଳି ନେଇଥିଲେ। କୋହଲିଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୨୫୪ ପାଳି)ଙ୍କ ନାଁରେ ଥିଲା। ୨୦୧୭ ମସିହାରେ ପୁନେଠାରେ ଇଂଲଣ୍ଡ ବିପକ୍ଷରେ ଶତକ ଅର୍ଜନ କରି କୋହଲି ତାଙ୍କୁ ଟପି ଯାଇଥିଲେ। ଶତକ ସଂଖ୍ୟାରେ କିନ୍ତୁ ଆମଲାଙ୍କଠାରୁ କୋହଲି (୩୯) ଢେର ଆଗରେ ରହିଛନ୍ତି। ତେବେ ଆମଲାଙ୍କ ୧୦୮* ରନ୍‌ର କୀର୍ତ୍ତିମାନ ଭରା ପାଳି ସତ୍ତ୍ବେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌କୁ ୫ ୱିକେଟ୍‌ରେ ହାରି ଯାଇଥିଲା।

ସମ୍ବନ୍ଧିତ ଖବର