ଅମୃତଜୟଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର: କୋଲ୍‌କାତାର ବିଟିଏ ଟେନିସ୍‌ କଂପ୍ଲେକ୍ସରେ ଚାଲିଥିବା ଇଭେଣ୍ଟ୍‌ ଚାମ୍ପିଅନ୍‌ସିପ୍‌ ସିରିଜ୍‌ (ସିଏସ୍‌୭) ୧୬ ବର୍ଷରୁ କମ୍‌ ଟେନିସ୍‌ ପ୍ରତିଯୋଗିତାରେ ଓଡ଼ିଶା ବାଳକ ଅମୃତଜୟ ମହାନ୍ତି ଦ୍ୱିମୁକୁଟ ହାସଲ କରିଛନ୍ତି। ସେ ଉଭୟ ଏକକ ଓ ଯୁଗଳ ବର୍ଗରେ ବିଜେତା ହୋଇ ଟ୍ରଫି କରାୟତ କରିଛନ୍ତି। ଏକକ ଫାଇନାଲ୍‌ରେ ଅମୃତଜୟ ୬-୨, ୬-୭ ଓ ୬-୨ ସେଟ୍‌ରେ ଉତ୍ତର ପ୍ରଦେଶ ପ୍ରତିଦ୍ୱନ୍ଦ୍ୱୀ ରିଷି ଜାଲୋଟାଙ୍କୁ ପରାସ୍ତ କରିଥିଲା ବେଳେ ଜଷ୍ଟିନ୍‌ ପନ୍‌ମେଇଙ୍କୁ ସାଥୀ କରି ଯୁଗଳ ଫାଇନାଲ୍‌ରେ ଉତ୍ତର ପ୍ରଦେଶ-ପଶ୍ଚିମବଙ୍ଗ ଯୋଡ଼ି ରିଷି ଜୋଲାଟା ଓ କନଭ ଗୋଏଲ୍‌ଙ୍କୁ ସିଧାସଳଖ ୬-୧ ଓ ୬-୧ ସେଟ୍‌ରେ ପରାସ୍ତ କରି ଟ୍ରଫି ଉପରେ କବ୍‌ଜା କରିନେଇଥିଲେ।

ସମ୍ବନ୍ଧିତ ଖବର