ରୋହିନଟନ୍ ବାରିଆ ଟ୍ରଫି ଜିତିଲା ଅମୃତସର

ଭୁବନେଶ୍ବର: ଅମୃତସରର ଜିଏନ୍‌ଡିୟୁ ବିଶ୍ବବିଦ୍ୟାଳୟ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତା (ରୋହିନଟନ୍ ବାରିଆ ଟ୍ରଫି)ର ବିଜେତା ହୋଇଛି। କିଟ୍‌ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଫାଇନାଲ୍‌ରେ ଅମୃତସର ଦଳ ୧୩୦ ରନ୍‌ରେ ମହିଶୂର ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ‌ଅମୃତସର ଦଳ ନିର୍ଧାରିତ ୪୫ ଓଭରରେ ୨୭୫/୭ କରିଥିଲା। ଜବାବରେ ମହୀଶୂର ୩୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୪୫ ରନ୍‌ କରିପାରିଥିଲା। ‌ତୃତୀୟ ସ୍ଥାନ ପାଇଁ ରେଭେନ୍‌ସା-୧ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ବିଶ୍ବବିଦ୍ୟାଳୟ ୭ ୱିକେଟ୍‌ରେ ଜଉନପୁରର ଭିବିଏସ୍‌ ପୂର୍ବାଞ୍ଚଳକୁ ହରାଇଥିଲା। ଉଦ୍‌ଯାପନୀ ଉତ୍ସବରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟସଭ‌ା ସାଂସଦ ଅଚ୍ୟୁତ ସାମନ୍ତ ଏବଂ ପ୍ରତ୍ୟେକ ‌ଜୋନ୍‌ର ବିସିସିଆଇ ଚୟନକର୍ତା ଅତିଥି ଭାବେ ଯୋଗଦେଇ ବିଜେତ‌ା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର