ନୂଆଦିଲ୍ଲୀ : ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଖେଳାଳିମାନଙ୍କ ମନୋବଳ ବଢ଼ାଇବାର କ୍ଷମତା ରଖିଛନ୍ତି। ଏଥି ପାଇଁ ସେ ଭାରତୀୟ କ୍ରିକେଟ୍ ଦଳର ଚୟନ ସମିତି ମୁଖ୍ୟ ହେବା ଉଚିତ ବୋଲି କହିଛନ୍ତି ପୂର୍ବତନ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ। ହେଲେ ଏହି ପଦ ପାଇଁ ମଧ୍ୟ ବିସିସିଆଇ ଅଧିକ ପାଉଣା ଦେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ସଂପ୍ରତି ଚୟନ ସମିତିର ମୁଖ୍ୟ ଥିବା ଏମ୍ଏସ୍କେ ପ୍ରସାଦ ମାତ୍ର ୧୩ ଟେଷ୍ଟ୍ ମ୍ୟାଚ୍ ଖେଳିବାର ଅଭିଜ୍ଞତା ଥିବାରୁ ସମାଲୋଚନାର ଶିକାର ହେଉଛନ୍ତି। ଯେହେତୁ କୁମ୍ବଲେ ଭାରତ ପାଇଁ ଅଧିକ ମ୍ୟାଚ୍ ଖେଳିବା ସହ ବହୁ କୀର୍ତ୍ତିମାନର ମଧ୍ୟ ଅଧିକାରୀ ସେଥିପାଇଁ ସେ ଏହି ପଦରେ ରହିବା କଥା। ଏଥିସହ ସଚିନ ତେନ୍ଦୁଲରକର, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ଼ଙ୍କୁ ପ୍ରଶିକ୍ଷକ ଭାବେ ନିଯୁକ୍ତି କଲେ ଭଲ ହେବ ବୋଲି ‘ଦ ସିଲେକ୍ଟର’ ନାମକ ଏକ ଆପ୍ଲିକେସନ୍ ଉନ୍ମୋଚନ ବେଳେ ସାମ୍ବାଦିକମାନଙ୍କୁ ସେହବାଗ କହିଛନ୍ତି। ମୁଁ ଯେତେବେଳେ ଦଳକୁ ଫେରିଥିଲି (୨୦୦୭-୦୮ ଅଷ୍ଟ୍ରେଲିଆ ଶୃଙ୍ଖଳା) ଅଧିନାୟକ କୁମ୍ବଲେ ମୋ ରୁମ୍କୁ ଆସି କହିଲେ, ତୁମେ ଦୁଇଟି ଶୃଙ୍ଖଳା ପର୍ଯ୍ୟନ୍ତ ବାଦ୍ ପଡ଼ିବନି। ଏଭଳି ଆତ୍ମବିଶ୍ବାସ ହିଁ ଜଣେ ଖେଳାଳିଙ୍କ ଦରକାର। ଯଦି ବିସିସିଆଇ ଚୟନ ସମିତି ମୁଖ୍ୟଙ୍କୁ ବାର୍ଷିକ ୧ କୋଟି ଟଙ୍କାର ପାଉଣା ଦିଅନ୍ତି ତେବେ କୁମ୍ବଲେଙ୍କ ସହ ଅନ୍ୟମାନେ ଏହା ପ୍ରତି ଆଗ୍ରହ ଦେଖାଇବେ ବୋଲି ସେ କହିଛନ୍ତି। ମୁଁ କିନ୍ତୁ ଏହି ପଦ ପାଇଁ ଲାଳାୟିତ ନାହିଁ। କାରଣ ଏହି ପଦରେ ରହିଲେ ବହୁ ପ୍ରତିବନ୍ଧକ ଲାଗିଯିବ ବୋଲି ଏହି ନଜଫଗଡ଼ ନବାବ କହିଛନ୍ତି।
କୁମ୍ବଲେଙ୍କୁ ଚୟନ ସମିତି ଅଧ୍ୟକ୍ଷ କରିବା ସପକ୍ଷରେ ସେହବାଗ
/sambad/media/post_attachments/wp-content/uploads/2019/08/kumble-jul11-1_647_063016080112.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)