ଅଙ୍କିତା ଫ୍ରେଞ୍ଚ୍‌ ଓପନ୍‌ ଯୋଗ୍ୟତାରୁ ବଞ୍ଚିତ

ପ୍ୟାରିସ୍‌: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିବାରେ ଭାରତୀୟ ଲଳନା ଅଙ୍କିତା ରାଇନା ବିଫଳ ହୋଇଛନ୍ତି। ଏଠାରେ ଚାଲିଥିବା ଯୋଗ୍ୟତାପର୍ଯ୍ୟାୟରେ ମଙ୍ଗଳବାର ମହିଳା ଏକକ ପ୍ରଥମ ରାଉଣ୍ଡ୍‌ ମୁକାବିଲାରେ ଅଙ୍କିତା ରୁଷିଆର ଏଭ୍‌ଜିନିୟା ରୋଦିନାଙ୍କ ନିକଟରୁ ସିଧାସଳଖ ୩-୬ ଓ ୬-୭ ସେଟ୍‌ରେ ହାରି ଯାଇଥିଲେ। ଏହା ଏକ ଭଲ ମୁକାବିଲା ଥିଲା। କ୍ଲେ କୋର୍ଟରେ ଚିନ୍ତାର ବାହାରେ ମୁଁ ଭଲ ପ୍ରଦର୍ଶନ କରିଥିଲି। ତେବେ ଦ୍ୱିତୀୟ ସେଟ୍‌ରେ ଲଢ଼ି କି ବି ହାରିଗଲି। ଯାହାକି ମୋତେ ଯୋଗ୍ୟତାରୁ ବଞ୍ଚିତ କଲା ବୋଲି କହିଥିଲେ ଅଙ୍କିତା। ଅନ୍ୟପକ୍ଷରେ ସୁମିତ୍‌ ନଗଲ ମଧ୍ୟ ଯୋଗ୍ୟତାପର୍ଯ୍ୟାୟ ପ୍ରଥମ ରାଉଣ୍ଡ୍‌ ହାରିଯାଇଛନ୍ତି। ସେ ଦଶମ ମାନ୍ୟତା ସ୍ଲୋଭାକିଆ ଖେଳାଳି ମାର୍ଟିନ୍‌ କ୍ଲଜାନ୍‌ଙ୍କଠୁ ୬-୪, ୪-୬ ଓ ୧-୬ ସେଟ୍‌ରେ ପରାସ୍ତ ହୋଇଥିଲେ। ତେବେ ଅନ୍ୟତମ ଭାରତୀୟ ୟୁକି ଭାମ୍ବ୍ରି ଶୀର୍ଷ-୧୦୦ ମାନ୍ୟତା ମଧ୍ୟରେ ରହିଥିବାରୁ ଏହି ପ୍ରତିଯୋଗିତାକୁ ପୁରୁଷ ଏକକ ବର୍ଗକୁ ସିଧାସଳଖ ଯୋଗ୍ୟତା ହାତେଇ ସାରିଛନ୍ତି।

ସମ୍ବନ୍ଧିତ ଖବର