କ୍ବାର୍ଟର୍‌ରେ ଅଂଶୁ, ଚିନ୍ମୟ

ଭୁବନେଶ୍ବର: ଓଡ଼ିଆ ତାରକା ଅଂଶୁ କୁମାର ଭୁୟାଁ ଏବଂ ଚିନ୍ମୟ ପ୍ରଧାନ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍‌ ଏକାଡେମିଠାରେ ଚାଲିଥିବା ଆଇଟା-ଓଟିଏ ୫୦କେ ପୁରୁଷ ମାନ୍ୟତା ପ୍ରତିଯୋଗିତାର କ୍ବାର୍ଟର୍‌ ଫା‌ଇନାଲ୍‌ରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ଶୀର୍ଷ ମାନ୍ୟତା ଅଂଶୁ ଉତ୍ତରପ୍ରଦେଶର ବାସୁ ଗୁପ୍ତାଙ୍କୁ ଏବଂ ଦ୍ବିତୀୟ ମାନ୍ୟତା ଚିନ୍ମୟ ନିଜ ରାଜ୍ୟର ସଂଗ୍ରାମ କୁମାର ପାତ୍ରଙ୍କୁ ହରାଇଥିଲେ। ତେବେ ‌ଓଡ଼ିଶାର କୁମାର ଅନୁରାଗ ସରଣ ତେଲେଙ୍ଗାନାର ତାହା କପାଡ଼ିଆଙ୍କଠୁ ଏବଂ ସନ୍ତୋଷ ମଲ୍ଲିକ ପଶ୍ଚିମବଙ୍ଗର ଅର୍ଘ୍ୟ ଦାସଙ୍କଠୁ ହାରି ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର