ଅନୁଷ୍କାଙ୍କ ପାଲଟା ଚୁମ୍ବନ

ବେଙ୍ଗାଲୁରୁ: ଶୁକ୍ରବାର ରାତିରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)-କିଙ୍ଗ୍ସ ଏକାଦଶ ପଞ୍ଜାବ ମ୍ୟାଚ୍‌ରେ ପତି ବିରାଟ କୋହଲିଙ୍କୁ ଉତ୍ସାହିତ କରିବା ଲାଗି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଥିଲେ।  ଏପିରିକି ଦର୍ଶକ ଗ୍ୟାଲେରିରୁ ରହି ସେ ମଝିରେ ମଝିରେ ବିରାଟଙ୍କୁ ଫ୍ଲଇଂ କିସ୍‌ ଦେଉଥିଲେ।  ଅନୁଷ୍କା ଆରସିବି ବିଜୟରେ ବେଶ୍‌ ଉଲ୍ଲସିତ ଥିବା କ୍ୟାମେରା ତାଙ୍କ ଉପରେ ପଡ଼ିବା କ୍ଷଣି ହିଁ ଜଣା ପଡ଼ି ଯାଇଥିଲା। ସେ ମଧ୍ୟ ବୁଢ଼ା ଅଙ୍ଗୁଳି ଦେଖାଇ ନିଜ ଖୁସି ଜାହିର କରିଥିଲେ।  ପୂର୍ବରୁ ବିରାଟ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ  ଶତକ ଅର୍ଜନ କରିବା ପରେ ଦର୍ଶକ ଗ୍ୟାଲେରିରେ ଥିବା ଅନୁଷ୍କାଙ୍କୁ ବ୍ୟାଟ୍‌ରୁ ଫ୍ଲାଇଂ କିସ୍‌ ଦେଇଥିଲେ। ଏପରିକି କିଛି ମାସ ତଳେ ଅନୁରୂପ ଭାବେ ସେ ନିଜ ନିର୍ବନ୍ଧ ମୁଦିକୁ ଚୁମା ଦେଇ ଅନୁଷ୍କାଙ୍କ ପ୍ରତି ଥିବା ଭଲ ପାଇବାକୁ ପରିପ୍ରକାଶ କରିଥିଲେ। ଶୁକ୍ରବାର  ଅନୁଷ୍କା ପାଲଟା ଚୁମ୍ବନ ଦେଇ ବିରାଟଙ୍କ ପ୍ରତି ଥିବା ନିଜ ଭଲ ପାଇବାକୁ ସମସ୍ତଙ୍କୁ ଜଣାଇଥିଲେ। ସୂଚନାଯୋଗ୍ୟ ଯେ ବିରାଟ ଏବଂ ଅନୁଷ୍ପା ଦୀର୍ଘ ଦିନ ପର୍ଯ୍ୟନ୍ତ ପ୍ରେମ କରିବା ପରେ ଡିସେମ୍ବର ୨୦୧୭ରେ ଇଟାଲିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସମ୍ବନ୍ଧିତ ଖବର