ଆର୍‌ସିବିକୁ ଖୁଆଇଲେ କୋହଲି-ଅନୁଷ୍କା

ମୁମ୍ବାଇ: ଆର୍‌ସିବି ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ମଙ୍ଗଳବାର ନିଜ ମୁମ୍ବାଇ ବାସଭବନରେ ଏକ ରାତ୍ରିଭୋଜନର ଆୟୋଜନ କରିଥିଲେ। ଏଥିରେ ବିରୁଷ୍କା ଆରସିବି ଦଳର ସମସ୍ତ ଖେଳାଳିଙ୍କୁ ଆପ୍ୟାୟିତ କରିଥିଲେ। ରାତ୍ରି ଭୋଜନ ସମୟ ଫଟୋ ଆର୍‌ସିବିର ଦୁଇ ନବାଗତ ତାରକା ହିମ୍ମତ ସିଂହ ଏବଂ ଦେବ ପଡ଼ିକାଲ ନିଜ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲେ। ଉଭୟ ଏଥିଲାଗି ବିରାଟ ଓ ଅନୁଷ୍କାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଫଟୋରେ କଳା ଧଳା ପୋଷାକ ପିନ୍ଧିଥିବା ଅନୁଷ୍କା ପତି ବିରାଟ, ହିମତ ଓ ପଡ଼ିଆଲଙ୍କ ସହ ବେଶ୍ ସୁନ୍ଦର ଦେଖାଯାଉଥିଲେ। ଅନୁଷ୍କା ସଂପ୍ରତି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହି ବିରାଟଙ୍କ ସହ ସମୟ ବିତାଉଛନ୍ତି। ତେବେ ସେ ନେଟ୍‌ଫ୍ଲିକ୍ସ ପାଇଁ ବୁଲ୍‌ବୁଲ୍‌ ନାମରେ ଏକ ଚଳଚ୍ଚିତ୍ର ଏବଂ ଆମାଜନ ପାଇଁ ଏକ ୱେବ୍‌ସିରିଜ୍ ନିର୍ମାଣ କରୁଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର