ବିଦେଶଗସ୍ତରେ ବିରାଟ, ବିମାନ ବନ୍ଦରରେ ସ୍ୱାମୀଙ୍କୁ ଆଲିଙ୍ଗନ କରି ଶୁଭକାମନା ଜଣାଇଲେ ଅନୁଷ୍କା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଶୁକ୍ରବାର ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ମ୍ୟାଚ ପାଇଁ ବିଦେଶ ଯାତ୍ରା କରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ ପରେ ଭାରତୀୟ ଟିମ୍‌କୁ ଇଂଲଣ୍ଡରେ ତିନିଟି ଟି-୨୦, ତିନିଟି ଓ୍ଵାନ୍‌ଡେ ଓ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳିବାର ଅଛି। ଶୁକ୍ରବାର ମୁମ୍ବାଇ ବିମାନବନ୍ଦରରେ ବିରାଟ କୋହଲି ଓ ତାଙ୍କ ଧର୍ମପତ୍ନୀ ଅନୁଷ୍କା ଶର୍ମା ଏକାଠି ନଜର ଆସିଥିଲେ।

ଅନୁଷ୍କା ବିରାଟଙ୍କୁ ବିମାନ ବନ୍ଦରକୁ ଛାଡ଼ିବାକୁ ଆସିଥିଲେ। ବିରାଟଙ୍କୁ ବିମାନ ବନ୍ଦରରେ ଅନୁଷ୍କା ଆଲିଙ୍ଗନ କରି ଶୁଭକାମନା ଜଣାଇ ବିଦା କରିଥିଲେ। ଏହାପରେ ବିରାଟ ଅନୁଷ୍କାଙ୍କୁ ଆଲିଙ୍ଗନ କରି ତାଙ୍କ ଗାଡ଼ିରେ ବସାଇବା ପରେ ବିମାନ ବନ୍ଦର ଭିତରକୁ ଯାଇଥିଲେ। ବିରାଟ କୋହଲିଙ୍କ ପାଇଁ ଇଂଲଣ୍ଡଗ୍ରସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି କୁହାଯାଉଛି। ଚଳିତବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକା ମ୍ୟାଚରେ ବିରାଟ କୋହଲିଙ୍କ ଅଧିନରେ ଭାରତୀୟ କ୍ରିକେଟ ଦଳ ଓ୍ଵାନଡେ ଓ ଟି-୨୦ ସିରିଜ ଜିିତିଥିଲେ।

 

Anushka drops Virat at Airport with a goodbye Hug ❤? #EnglandTour

A post shared by Virat Kohli (@viratkohli.club) on

ସମ୍ବନ୍ଧିତ ଖବର