ଏ.ଆର.ରେହେମାନ୍‌ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ ଉଦଘାଟନୀ ସଂଗୀତ ପରିବେଷଣ କରିବେ

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ସଂଗୀତକୁ ଓସ୍କାର ବିଜେତା ଏ.ଆର. ରେହେମାନ୍‌ ପରିବେଷଣ କରିବେ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଆସନ୍ତା ନଭେମ୍ବର ୨୮ରୁ ପୁରୁଷ ହକି ବିଶ୍ୱକପ୍‌ ଆରମ୍ଭ ହେବ। ଏହି ଅବସରରେ ପ୍ରଖ୍ୟାତ ଗୀତିକାର ଗୁଲଜାରଙ୍କ ସହ ମିଶି ରେହେମାନ ବିଶ୍ୱକପ୍‌ର ଉଦ୍‌ଘାଟନୀ ସଂଗୀତକୁ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ସଂଗୀତର ଯାଦୁ ପାଇଁ ୨ ଥର ଓସ୍କାର ପୁରସ୍କାର ଜିତି ଥିବା ରେହେମାନଙ୍କ ଲାଇଭ ପରଫରମାନ୍ସକୁ ନେଇ ଓଡ଼ିଶା ହକିପ୍ରେମୀ ଓ ସଂଗୀତପ୍ରେମୀ ଉତ୍ସାହିତ ଅଛନ୍ତି।

କଳିଙ୍ଗ ଷ୍ଟାଡିୟମ୍‌ରେ ଏ.ଆର.ରେହେମାନଙ୍କ ସଂଗୀତ ପରିବେଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟର ଜରିଆରେ ଜଣାଇଛନ୍ତି। ସ୍ଲମଡଗ ମିଲିୟନାୟାରର ‘ଜୟ ହୋ’ ଗୀତ ଶୁଣିଲା ମାତ୍ରେ ଆଜି ବି ଶରୀରରେ ଶିହରଣ ଆସିଥାଏ। ପୁରୁଷ ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହରେ ଏ.ଆର.ରେହେମାନ ସଂଗୀତ ପରିବେଷଣ କରି ଦର୍ଶକଙ୍କୁ ମତୁଆଲ କରିବେ।

ସୂଚନାଯୋଗ୍ୟ ଆଗାମୀ ନଭେମ୍ବର ୨୮ରୁ ଅାରମ୍ଭ .ହୋଇ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ଚାଲିବ।

ସମ୍ବନ୍ଧିତ ଖବର