ବିଶ୍ୱକପ ହକି : ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ପରାସ୍ତ କଲା ଆର୍ଜେଣ୍ଟିନା

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ପୁରୁଷ ବିଶ୍ୱ କପ ହକିର  ଏକ ଲିଗ ମ୍ୟାଚରେ ଶକ୍ତିଶାଳୀ ଆର୍ଜେଣ୍ଟିନା ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ପରାସ୍ତ କରିଛି । ମ୍ୟାଚରେ ଆର୍ଜେଣ୍ଟିନାର ଆକ୍ରମଣକୁ ନ୍ୟୁଜିଲାଣ୍ଡର  ରକ୍ଷଣଭାଗ ସମ୍ଭାଳିପାରିନଥିଲା । ଆର୍ଜେଣ୍ଟିନା ତରଫରୁ  ମ୍ୟାଚର ୨୩ତମ ମିନିଟରେ ଅଗଷ୍ଟିନ ମାଜିଲି ପ୍ରଥମ ଗୋଲ ଦେଇଥିବାବେଳେ ୪୧ ତମ ମିନିଟରେ  ଲୁକାସ ଭିଲା ୨ୟ ଓ  ୫୫ତମ ମିନିଟରେ  ଗୋଲ ଦେଇଥିଲେ । ଗୋଲ ଦେବା ପାଇଁ ନ୍ୟୁଜିଲାଣ୍ଡର ସବୁ ଆକ୍ରମଣକୁ ଆର୍ଜେଣ୍ଟିନାର ସୁଦୃଢ  ପ୍ରତିରକ୍ଷା ପଣ୍ଡ କରିଦେଇଥିଲା । ଏହି ବିଜୟ ସହ ଆର୍ଜେଣ୍ଟିନା ୨ଟି ମ୍ୟାଚରେ ୨ଟି ବିଜୟସହ ୬ ପଏଣ୍ଟ ପାଇ  ଗ୍ରୁପ ଏର ଶୀର୍ଷରେ ରହିଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୧ଟି ବିଜୟ ସହ ୩ ପଏଣ୍ଟ ପାଇ ୨ୟ ସ୍ଥାନରେ ଓ ସ୍ପେନ ୨ଟି ମ୍ୟାଚରେ ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୩ୟ ସ୍ଥାନରେ ରହିଛି । ଫ୍ରାନ୍ସ ଗ୍ରୁପ ଏ ର ୪ର୍ଥ ତଥା ଶେଷ ସ୍ଥାନରେ ରହିଛି ।

 

ସମ୍ବନ୍ଧିତ ଖବର