ଆର୍ଜେଣ୍ଟିନା ବିଜୟ ପରେ ମାରାଡୋନା ଅସୁସ୍ଥ

ମସ୍କୋ: ଆର୍ଜେଣ୍ଟିନା ଫୁଟବଲ୍‌ ଦଳ ମଙ୍ଗଳବାର ନିଜ ତୃତୀୟ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ କର ବା ମର ସ୍ଥିତିରେ ଥିଲା। ଏହି ଦେଶର ମହାନ ଖେଳାଳି ମାରାଡୋନା ଅତିବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ଉଦିଷ୍ଟ ଷ୍ଟାଣ୍ଡରେ ରହି ନିଜ ଦଳର ଖେଳାଳିଙ୍କୁ ନିୟମିତ ଉତ୍ସାହିତ କରୁଥିଲେ। ଏପରିକି ଆର୍ଜେଣ୍ଟିନା ଗୋଲ୍‌ କରିବା ପରେ ଉଲ୍ଲସିତ ମାରୋଡୋନା ଉପରକୁ ଅନାଇ ବଡ଼ ପାଟିରେ ଭଗବାନଙ୍କୁ ଧନ୍ୟବାଦ ଦେଉଥିବା ଦେଖିବାକୁ ମିଳିଥିଲା। ତା’ଙ୍କ ପ୍ରାର୍ଥନା ବି କାମ ଦେଇଥିଲା। ରୋମାଞ୍ଚକର ବିଜୟ ସହ ଆର୍ଜେଣ୍ଟିନା ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲା। ହେଲେ ମାତ୍ରାଧିକ ଭାବବିହ୍ଵଳ ହେବା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ନିଜ ସଟ୍‌ ଉପରେ ହିଁ ଏହି ୫୭ ବର୍ଷୀୟ ମହାନ ତାରକା ବେହୋସ ହୋଇ ଯାଇଥିଲେ। ସେଠାରେ ତାଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆ ଯାଇଥିଲା। ପରେ ସେଣ୍ଟ ପିଟର୍ସବର୍ଗର ଏକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ତାଙ୍କର ନିଚ୍ଚ ରକ୍ତଚାପ ଥିବାରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି। ତେବେ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସେ ସଂପ୍ରତି ସୁସ୍ଥ ଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର