ନୂଆଦିଲ୍ଲୀ: ବିଶ୍ୱକପ୍ରେ ଭାରତ ଆୟୋଜକ ଇଂଲଣ୍ଡ ବିରୋଧରେ ନୀଳ ରଂଗ ପରିବର୍ତେ କମଳା ରଂଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ। ଏହାକୁ ନେଇ କିନ୍ତୁ ଏବେ ରାଜନୀତି ଜୋର ଧରିଛି। ସମାଜବାଦୀ ପାର୍ଟି ନେତା ଆବୁ ଆଜମୀ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ଦ୍ୱାରା କୋହଲି ବାହିନୀର ଜର୍ସିର ରଙ୍ଗରେ ପରିବର୍ତ୍ତନ କରାଯାଇଛି। ଭାରତର ପ୍ରତ୍ୟେକ ଜିନିଷରେ କମଳା ରଙ୍ଗ ଦେଖାଇବାକୁ ସରକାର ଯୋଜନା କରିଛନ୍ତି। ଶିବସେନା ନେତା ଗୁଲାବ ରାଓ ପାଟିଲ କିନ୍ତୁ ଆଜମୀଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଭାରତୀୟ କ୍ରିକେଟ ଦଳର ଜର୍ସିକୁ ନେଇ ଲୋକେ ଅଯଥାରେ ରାଜନୀତି କରୁଛନ୍ତି। ବିରୋଧୀ ଦଳ ଭଲ କାମ କରୁ ନାହିଁ। ସେମାନେ ଏଭଳି ରାଜନୀତି କାହିଁକି କରୁଛନ୍ତି ଜଣାପଡୁ ନାହିଁ। ଜାତୀୟ ପତାକାରେ ବି କମଳା ରଂଗ ଅଛି।
ଭାରତର ନୂଆ ଜର୍ସିକୁ ନେଇ ବିବାଦ
/sambad/media/post_attachments/wp-content/uploads/2019/06/Team-India-1-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)