ଅର୍ଜୁନ ପୁରସ୍କାର ପାଇଁ ଧାଓ୍ଵନ ଓ ମନ୍ଧାନାଙ୍କ ନାଁ ସୁପାରିସ୍‌

କୋଲକାତା: ସମ୍ମାନ ଜନକ ଅର୍ଜୁନ ପୁରସ୍କାର ଲାଗି ବିସିସିଆଇ ବୁଧବାର ଭାରତୀୟ ପୁରୁଷ ଏବଂ ମହିଳା କ୍ରିକେଟ୍‌ ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ ଏବଂ ସ୍ମୃତି ମନ୍ଧାନାଙ୍କ ନାଁ ସୁପାରିସ କରିଛି। ଧାଓ୍ଵନ ସଂପ୍ରତି ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳୁଛନ୍ତି। ସେ ଭାରତ ପକ୍ଷରୁ କ୍ରିକେଟର ତିନିଟି ଯାକ ରୂପ ଟେଷ୍ଟ, ଦିନିକିଆ ଓ ଟେ୍ଵଣ୍ଟି-୨୦ରେ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ଅନ୍ୟ ପକ୍ଷରେ ଗତବର୍ଷ ଇଂଲଣ୍ଡରେ ଆୟୋଜିତ ମହିଳା ବିଶ୍ୱକପରେ ଭାରତକୁ ଫାଇନାଲ୍‌କୁ ନେବାରେ ମନ୍ଧାନା ପ୍ରମୁଖ ଭୂମିକା ତୁଲାଇଥିଲେ।

ସମ୍ବନ୍ଧିତ ଖବର