ଅର୍ଜୁନଙ୍କୁ ଓ୍ଵାତ୍‌ଙ୍କ ପରିହାସ

ଲଣ୍ଡନ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଲର୍ଡସ୍‌ ଟେଷ୍ଟ୍‌ ଆୟୋଜନରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ। ବର୍ଷା ବ୍ୟାଘାତ ବେଳେ ପଡ଼ିଆ ଭିତରେ ଗ୍ରାଉଣ୍ଡ୍ସମ୍ୟାନ୍‌ଙ୍କୁ ସାହାଯ୍ୟ କରିବାଠାରୁ ଭାରତୀୟ ଖେଳାଳିଙ୍କୁ ନେଟ୍ସରେ ବୋଲିଂ କରିବା ପର୍ଯ୍ୟନ୍ତ ଅର୍ଜୁନ ସବୁକିଛି କରୁଥିଲେ। ଏପରିକି ଲର୍ଡସ ବାହାରେ ତାଙ୍କୁ ରେଡିଓ ବିକୁଥିବା ଦେଖିବାକୁ ମିଳିଥିଲା। ଚତୁର୍ଥ ଦିନର ଖେଳ ଯେତେବେଳେ ବର୍ଷା ପାଇଁ କିଛି ସମୟ ବନ୍ଦ ହେଲା, ସେତେବେଳେ ଇଂଲଣ୍ଡ ମହିଳା କ୍ରିକେଟ୍‌ ଦଳର ସଦସ୍ୟା ଡାନିଏଲ୍‌ ଓ୍ଵାତ୍‌ ଲର୍ଡସ୍‌ ଷ୍ଟାଡିୟମ୍‌ର ଏକ ବର୍ଷା ଭିଜା ଫଟୋ ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରି ଅର୍ଜୁନଙ୍କୁ ମଜାରେ ପରିହାସ କରିଥିଲେ। ସେ ଲେଖିଥିଲେ ଅର୍ଜୁନ ତେନ୍ଦୁଲକର, କାମରେ ଲାଗିଯାଅ। ଅର୍ଜୁନ ଏହା ପରେ ଓ୍ଵାତଙ୍କ ସହ ଉଠାଇଥିବା ଏକ ଫଟୋ ଟ୍ଵିଟ୍‌ କରିଥିଲେ। ଅର୍ଜୁନ ସଂପ୍ରତି ଇଂଲଣ୍ଡରେ ରହି କ୍ରିକେଟ୍‌ ପ୍ରଶିକ୍ଷଣ ନେଇଥିଲା ବେଳେ ଓ୍ଵାତଙ୍କ ସହ ତାଙ୍କର ଭଲ ବନ୍ଧୁତା ହୋଇ ଯାଇଛି। ଉଭୟଙ୍କୁ ଏକାଠି ରେସ୍ତୋରାଁ ଯାଉଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ଓ୍ଵାତ୍‌ କିଛି ବର୍ଷ ପୂର୍ବେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବିବାହ ପ୍ରସ୍ତାବ ଦେଇ ବେଶ୍‌ ଚର୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର