ବିଜେପି ମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ଗିରଫ

ପାନାଜୀ: ବିଜେପି ମନ୍ତ୍ରୀଙ୍କୁ ପ୍ରଶ୍ନ କରିବାରୁ ଗୋଆର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଉତ୍ତର ଗୋଆରେ ଏକ ନିର୍ବାଚନୀ ପ୍ରଚାର ଚାଲିଥିବା ସମୟରେ ରାଜ୍ୟ ମନ୍ତ୍ରୀ ବିଶ୍ବଜିତ ରାଣେଙ୍କୁ ଦର୍ଶନ ଗାଓଙ୍କର ନାମକ ଜଣେ ବ୍ୟକ୍ତି ନିଯୁକ୍ତି ଅଭାବ ସଂକ୍ରାନ୍ତରେ ଏକ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଜଣଙ୍କ ଗତବର୍ଷ ଦର୍ଶନଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ଷେ ବିତିଯାଇଥିଲେ ସୁଦ୍ଧା ତାଙ୍କୁ କାହିଁକି ଏଯାବତ୍‌ ଚାକିରି ମିଳିଲାନି ବୋଲି ସେ ପ୍ରଶ୍ନ କରିଥିଲେ। କିନ୍ତୁ ଏହି ଗୋଟିଏ ପ୍ରଶ୍ନ ପାଇଁ ତାଙ୍କୁ ଗିରଫ ହେବାକୁ ପଡ଼ିଲା। ଭଲ୍‌ପୋଇ ପୁଲିସ ଦର୍ଶନଙ୍କୁ ଗତକାଲି ରାତିରେ ଗିରଫ କରିଛି।

ସମ୍ବନ୍ଧିତ ଖବର