ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ ଜିତି ଖୁସି: ଶୁଭ୍ରାଂଶୁ

ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ ଜିତିବା ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି ଶୁଭ୍ରାଂଶୁ ସେନାପତି। ପୂର୍ବରୁ କନିଷ୍ଠ କ୍ରିକେଟ୍‌ରେ ଅଧିନାୟକ ରହିଥିଲି। ଏହି ଅଭିଜ୍ଞତା ସହ ଆମ ଦଳ ବହୁତ ଭଲ ଖେଳିବାରୁ ବିଜୟ ପାଇଲୁ। ଦଳ ଏବେ ଯେପରି ରହିଛି ଆମକୁ ରଣଜୀ ଟ୍ରଫି ଜିତିବା କିଛି କଷ୍ଟ ହେବନି। ଋତୁ ଆରମ୍ଭ ପୂର୍ବରୁ କିଛି ଅଧିକ ଅଭ୍ୟାସ ମ୍ୟାଚ୍‌ ହିଁ ଦରକାର। ଚଳିତ ଋତୁରେ ଭଲ କରିଛି। ଗୋଆ ବିପକ୍ଷ ମ୍ୟାଚ୍‌ରେ ଭଲ କରିବି ବୋଲି ଭାବିଥିଲି କିନ୍ତୁ ହୋଇପାରିଲାନି। ଏଥିପାଇଁ ଦୁଃଖିତ। ତିନିଟି ଋତୁ ହେଲା ମୁଁ ରଣଜୀ ଖେଳୁଛି। ରଣଜୀ ଟ୍ରଫି ଜିତିବା ମୋର ପରବର୍ତୀ ଲକ୍ଷ୍ୟ। ସଂପ୍ରତି ଯେଉଁ ଦଳ ରହିଛି ରଣଜୀ ଟ୍ରଫି ଜିତିବା‌େର ପୂରା ସମର୍ଥ। ରାଜସ୍ଥାନ ଓ ଝାଡ଼ଖଣ୍ଡ ମ୍ୟାଚ୍‌ ହାତଛଡ଼ା କରିବା ଯୋଗୁଁ ନକ୍‌ଆଉଟ୍‌ ଖେଳିବାରୁ ବଞ୍ଚିତ ହୋଇଥିଲୁ। ଝାଡ଼ଖଣ୍ଡ ମ୍ୟାଚ୍‌ରେ ମୁଁ ଭଲ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତେଇ ନପାରିବାରୁ ସେ ରାତି ମୁଁ ଭଲରେ ଶୋଇ ପାରିନଥିଲି ବୋଲି କହିଛନ୍ତି ଶୁଭ୍ରାଂଶୁ।

ସମ୍ବନ୍ଧିତ ଖବର