ହରିଆନାରେ ତାଲିମ‌‌‌ ଦେବେ ‘ଆଶା’ ଦଳ

ଭୁବନେଶ୍ବର: ଚଣ୍ଡୀଗଡ଼ର ଜାତୀୟ ଦୁଃସାହସିକ କ୍ଲବ (ଏନଏସି) ଆନୁକୂଲ୍ୟରେ ହରିଆନା ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ‌ ହୋଇଥିବା ବିଦ୍ୟାଳୟ ସ୍ତରୀୟ ଦୁଃସାହସିକ ତାଲିମ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ୫ ଜଣ ଓଡ଼ିଆ। ରାଜ୍ୟର ଅଗ୍ରଣୀ ତଥା ସର୍ବପୁରାତନ ଦୁଃସାହସିକ କ୍ରୀଡ଼ା ଅନୁଷ୍ଠାନ ଆଶାର ପ୍ରତିନିଧିତ୍ବ କରି ଅନୀତା ସ୍ବାଇଁ, ନିରଂଜନ ଦାସ, ସସ୍ମିତା ପ୍ରଧାନ, ଚିନ୍ମୟ ମହାରଣା ଏବଂ ଦେବଦତ୍ତ ସାମନ୍ତରାୟ ହରିଆନା ଗସ୍ତ କରିଛନ୍ତି। ଏମାନେ ସେଠାରେ ମାସିକିଆ ତାଲିମ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି ‘ଆଶା’ର ସମ୍ପାଦକ ତଥା ଏଭେ‌େର‌ଷ୍ଟର୍ ଗଶେଶ ଚନ୍ଦ୍ର ଜେନା ସୂଚନା ପ୍ରଦାନ କରିଛନ୍ତି। ହରିଆନାର ବିଭିନ୍ନ ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଶିବିର ଆୟୋଜିତ ହୋଇଛି। ଓଡ଼ିଶାର ଦୁଃସାହସିକ କ୍ରୀଡ଼ାବିତ୍ ଏବଂ ପ୍ରଶିକ୍ଷକମାନେ ଏବେ ରାଜ୍ୟ ବାହାରେ ତାଲିମ ପ୍ରଦାନର ସୁଯୋଗ ପାଇବା ବଡ଼ କଥା ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର