ଗୁରୁକୁଳ ଆଇଟା ଓଟିଏ ସିଏସ୍: ଆଶିଷ ଓ ଅମିକ୍ ବିଜେତା

ଭୁବନେଶ୍ୱର: ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ୍ କଂପ୍ଲେକ୍ସରେ ଚାଲିଥିବା ଆଇଟା ଓଟିଏ ଚାମ୍ପିଅନସିପ ସିରିଜ୍ (ସିଏସ୍)ରେ ଦୁଇ ଓଡ଼ିଆ ପିଲା ଆଶିଷ କୁମାର ପରିଡ଼ା ଓ ଅମିକ୍ କିରଣ ବଟ୍ଟ ଏକକ ଟ୍ରଫି ଜିତିଛନ୍ତି। ୧୮ ବର୍ଷରୁ କମ୍ ବାଳକ ଏକକ ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆଶିଷ ୬-୨, ୬-୩ରେ ନିଜ ରାଜ୍ୟ ସାଥି ରାହୁଲ ବେହେରାଙ୍କୁ ହରାଇ ଦେଇଥିଲେ। ବାଳିକା ଏକକ ଫାଇନାଲ୍‌ରେ ଅମିକ୍ ୬-୨, ୬-୨ ସିଧାସଳଖ ସେଟରେ ତାମିଲନାଡୁର ଲାବନ୍ୟା ଶ୍ରୀକୃଷ୍ଣନଙ୍କୁ ହରାଇଥିଲେ। ବିଜେତା ଏବଂ ଉପ ବିଜେତାଙ୍କୁ ଯଥାକ୍ରମେ ୧୫ ଓ ୧୦ ଆଇଟା ରୢାଙ୍କିଙ୍ଗ୍ ପଏଣ୍ଟ ମିଳିଛି। ପ୍ରତିଯୋଗିତା ନିର୍ଦେଶକ ପ୍ରଦୀପ ପ୍ରଧାନ ଟ୍ରଫି ପ୍ରଦାନ କରିଥିଲେ। ରେଫରି ଜତିନ୍ ବତ୍ସ୍ୟ, ଓଟିଏ ପ୍ରବଂଧକ ପ୍ରକାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ୫ ରାଜ୍ୟରୁ ୨୪ ଜଣ ଖେଳାଳି ଏଥିରେ ଭାଗ‌ ‌େନଇଥିଲେ।

ସମ୍ବନ୍ଧିତ ଖବର