ଭେଙ୍କଟେଶଙ୍କ ସ୍ଥାନ ନେଲେ ଆଶିଷ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) କନିଷ୍ଠ ମନୋନୟନ ସମିତିରେ ପୂର୍ବତନ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦଙ୍କ ସ୍ଥାନ ନେଲେ ପୂର୍ବତନ ଅଫ୍‌ ସ୍ପିନର ଆଶିଷ କପୁର। ମଙ୍ଗଳବାର ବିସିସିଆଇ ଏହି ଘୋଷଣା କରିଛି। ଫଳରେ ତିନି ଜଣିଆ ସମିତିରେ ଜ୍ଞାନେନ୍ଦ୍ର ପାଣ୍ଡେ ଓ ରାକେଶ ପାରିଖ୍‌ଙ୍କ ସହ ଆଶିଷ କପୁର ସାମିଲ ହେଲେ। ଆଶିଷ ଭାରତ ପାଇଁ ୪ ଟେଷ୍ଟ, ୧୭ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ ୧୯୯୬ ବିଶ୍ୱ କପ୍‌ ଦଳର ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର