କରନଙ୍କ ହାତ ଧରିଲେ ଅଶ୍ୱିନୀ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଲଳନା ଅଶ୍ୱିନୀ ପୁନାପ୍ପା ନିଜର ବହୁଦିନର ପୁରୁଷ ବନ୍ଧୁ କରନ ମେଦପ୍ପାଙ୍କ ହାତ ଧରିଛନ୍ତି। ପାରମ୍ପରିକ କୋଡଭା ରିତିନୀତିରେ ଅଶ୍ୱିନୀ ଏବଂ କରାନ ରବିବାର କର୍ଗଠାରେ ବିବାହ କରିଥିଲେ। ବିବାହ ଭୋଜି କର୍ଣ୍ଣାଟକ କୋଡାକ୍‌ ଜିଲ୍ଲାର ବିରାଜପେଟ୍‌ରେ ହୋଇଥିଲା। ଅଶ୍ୱିନୀ ପାରମ୍ପରିକ ପୋଷାକ କୋଡଭା ସାଢ଼ି ପିନ୍ଧିଥିଲା ବେଳେ କରନ୍‌ ‘କୁପାସା ଦାତି’ ପରିଧାନ କରିଥିଲେ।

ଗତ ଅକ୍ଟୋବରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ବିଷୟରେ ଘୋଷଣା କରିବା ବେଳେ ଅଶ୍ୱିନୀ ବିବାହ ପରେ ଖେଳ ଜାରି ରଖିବେ ବୋଲି ସୂଚନା ଦେଇଥିଲେ। ବ୍ୟାଡ୍‌ମିଣ୍ଟନ୍‌ରେ ଅଶ୍ୱିନୀ ବହୁ ସଫଳତା ପାଇଛନ୍ତି। ସବୁଠୁ ବଡ଼ ସଫଳତା ହେଉଛି ଜ୍ୱାଲା ଗୁଟ୍ଟାଙ୍କୁ ସାଥୀ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିବା। ଅନ୍ୟପକ୍ଷରେ କରନ୍‌ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ମଡେଲର୍‌। ବିବାହ ଉତ୍ସବରେ ଟେନିସ୍‌ ଖେଳାଳି ରୋହନ ବୋପାନ୍ନା ଏବଂ ସ୍କ୍ଵସ୍‌ ଖେଳାଳି ଜୋତ୍ସ୍ନା ଚିନାପ୍ପା ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର