ଏସୀୟ ବ୍ୟାଡ୍‌ମିଣ୍ଟନ୍‌ ସେମିରେ ସାଇନା, ପ୍ରଣୟ

ଉହାନ୍‌ (ଚୀନ୍‌): ଚଳିତ ଏସିୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଶୁକ୍ରବାର ଭାରତକୁ ମିଶ୍ର ଫଳ ମିଳିଛି। ମହିଳା ଏକକରେ ସାଇନା ନେହଓ୍ଵାଲ୍‌ ଏବଂ ପୁରୁଷ ଏକକରେ ଏଚ୍‌ଏସ୍‌ ପ୍ରଣୟ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ଶୀର୍ଷ ମାନ୍ୟତା ପୁରୁଷ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଏବଂ ତୃତୀୟ ମାନ୍ୟତା ମହିଳା ଖେଳାଳି ପିଭି ସିନ୍ଧୁ କ୍ୱାର୍ଟର୍‌ ଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ଶୁକ୍ରବାର ମହିଳା ଏକକ କ୍ୱାର୍ଟର୍‌ ଫାଇନାଲ୍‌ରେ ସାଇନା ୨୧-୧୫, ୨୧-୧୩ରେ କୋରିଆର ଲି ଜାଙ୍ଗ୍‌ ମି’ଙ୍କୁ ଏବଂ ପୁରୁଷ ଏକକରେ ପ୍ରଣୟ ୧୮-୨୧, ୨୩-୨୧, ୨୧-୧୨ରେ ଦ୍ୱିତୀୟ ମାନ୍ୟତା କୋରିଆର ସନ୍‌ ଓ୍ଵାନ୍‌ ହୋଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର